ସାପୁଆ ଡ୍ୟାମର ନୂତନ କେନାଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ

 କେନ୍ଦୁଝର: କେନ୍ଦୁଝର ସାଂସଦ ଅନନ୍ତ ନାୟକ ମଙ୍ଗଳବାର ଦିନ ହରିଚନ୍ଦନ ପୁର ବ୍ଲକ ପିଠାଗୋଳା ପଞ୍ଚାୟତ ନନ୍ଦରା ଠାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସାପୁଆ ଡ୍ୟାମର ନୂତନ କେନାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ତେଲକୋଇ ବିଧାୟକ ଡା. ଫକୀର ମୋହନ ନାଏକ ମଧ୍ୟ ଉପସ୍ଥିତ ଥିଲେ ।ଏହି ଅବସରରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ସରପଞ୍ଚ ଦିଗାମ୍ବର ନାଏକ, ସମିତି ସଭ୍ୟ ହୃଦାନନ୍ଦ ଯୁଆଙ୍ଗା, ସାଂସଦ ପ୍ରତିନିଧି ଅଶୋକ ବେହେରା, ବିଧାୟକ ପ୍ରତିନିଧି ଶିରୀଶ ସାହୁ, ସାଂସଦଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପ୍ରତିନିଧି ହରିଚନ୍ଦପୁର ପ୍ରସନ୍ନ କୁମାର ନାଏକ ତଥା ଅନ୍ୟାନ୍ୟ ବରିଷ୍ଠ ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ ।