ତ୍ରିରଙ୍ଗା ଶୋଭାଯାତ୍ରା
ବୈତରଣୀ ରୋଡ଼ : ବୈତରଣୀ ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଶୋଭାଯାତ୍ରା ସହିଦ୍ ପ୍ରଶାନ୍ତ ବିଶ୍ୱାଳଙ୍କ ପ୍ରତିମୂର୍ତି ପାଖରୁ ବାହାରି ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲା । କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ଧଳ, ସରପଞ୍ଚ ଲିପ୍ସା ପରିଡ଼ା, ସମିତିସଭ୍ୟ ରଶ୍ମୀ ରଞ୍ଜନ ପରିଡ଼ା, ଗୌରପୂର ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ନାରୀନେତ୍ରୀ ଜୟନ୍ତୀ ସାହୁ, ବୈତରଣୀ ମଣ୍ଡଳ ସଭାପତି ଆଲୋକ କୁମାର ମଲ୍ଲିକ, ମଣ୍ଡଳ ମହିଳା ଉପ ସଭାନେତ୍ରୀ ସୋନାଲି ମହାନ୍ତି, ଉଦୟନାଥ ପରିଡା,ଅଭିରାମ ବାରିକ୍, ଯୁବନେତା ବୈଲୋଚନ ପରିଡ଼ା, ଚନ୍ଦ୍ରମଣି ସାହୁ, ଅଜୟ ଜେନା, କାର୍ତିକ ଦାସ୍, ସେକ ଗ୍ୟସୁଦ୍ଦିନ କାଗଲା, ହରିହର ସେନାପତି, ବିଶ୍ୱନାଥ ସ୍ୱାଇଁ, ସୁନନ୍ଦ ପାତ୍ର, ରାଜେଶ ସିଂହ, ମଧୁସୂଦନ ଖଣ୍ଡାଇ, ଅଭିମନୁ୍ୟ ସେଠୀ, ଗୋଲକ ମହାରଣା, ଅକ୍ଷୟ ମୁଦୁଲି, ଜିତୁ ବେହେରା, ଦାମ ଖଣ୍ଡେଇ ପ୍ରମୁଖ ସାମିଲ ହୋଇଥିଲେ ।