୩.୫୮ରେ ସ୍ମୋକ୍ ସିଗ୍ନାଲ, ସାଇରନ୍
ପାରାଦୀପ: ପାରାଦୀପ ସ୍ଥିତ ଷଣ୍ଡକୁଦରେ ଆକାଶ ମାର୍ଗରୁ ଆକ୍ରମଣର ଛାୟା ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି କରିବା ପାଇଁ ଅପରାହ୍ନ ୩.୫୮ରେ ଧୂଆଁ ସହ ଅଗ୍ନି ସଂଯୋଗର କୃତ୍ରିମ ପରିସ୍ଥିତ କରାଯାଇ ୫ ମିନିଟ ପର୍ଯ୍ୟନ୍ତ ସାଇରନ୍ ବାଜିଥିଲା । ଯୁଦ୍ଧ ସମୟରେ କିପରି ନିଜକୁ ସୁରକ୍ଷିତ ରଖିବ ସେଠାକାର ଜନବସତି ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ସତର୍କ ସୂଚନା ଦିଆଯାଇ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । କିପରି ଲୋକଙ୍କୁ ଆଶ୍ରୟସ୍ଥଳ ନିଆଯିବ କିପରି ରେସ୍କୁ ଅପରେସନ ଆରମ୍ଭ କରାଯାଇ ମେଡିକାଲ ନିଆଯିବ ସେହି କୌଶଳ ଅବତାରଣା କରାଯାଇଥିଲା । ପାରାଦୀପ ସ୍ଥିତ ଷଣ୍ଢକୁଦ ବସ୍ତି ଅଞ୍ଚଳ ଏବଂ ନେହରୁ ବଙ୍ଗଳା ନିକଟସ୍ଥ ଏକ ଉଚ୍ଚ ଅଟ୍ଟାଳିକାରେ ଜିଲ୍ଲାପାଳ ଜେ ସୋନାଲ ଏବଂ ଏସ୍ପି ଭବାନୀ ଶଙ୍କର ଉଦ୍ଗାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନରେ ମକ୍ଡ୍ରିଲ୍ କରାଯାଇଥିଲା ।