ସଙ୍କଟରେ ବୟନଶିଳ୍ପ,ଚିନ୍ତାରେ ବୁଣାକାର

ସୋନପୁର-ପଶ୍ଚିମ ଓଡିଶାର ବୟନ ଶିଳ୍ପ ସ୍ୱତନ୍ତ୍ରତା ରହିଛି ।  ସମ୍ବଲପୁରୀ ବୟନ ଶିଳ୍ପର ପ୍ରମୁଖ ଅଂଶଦାର ସୁବର୍ଣ୍ଣପୁର ଜିଲ୍ଲା  । ଏବେ ସୁବର୍ଣ୍ଣପୁର ବୟନ ଶିଳ୍ପ ବିଶ୍ୱ ଦରକାରରେ ସୁପରିଚିତ । ଗତଜାତ ସମୟରୁ ସୋନପୁରର ବୟନ ଶିଳ୍ପ ସମୃଦ୍ଧଶାଳୀ ଥିଲା । ସେହି ସମୟର ପ୍ରତିଭା ସମ୍ପନ୍ନ ବୁଣାକାରମାନଙ୍କ ସୂକ୍ଷ୍ମ କାରୁକାର୍ଯ୍ୟ ନେଇ ଇଂରେଜମାନେ ମଧ୍ୟ ଆଚମ୍ବିତ ହେଉଥିବାର ପ୍ରବାଦ ରହିଛି । କୃଷି ପରେ  ବୟନ ଶିଳ୍ପ ବଡ କ୍ଷେତ୍ର । ଏହି କୁଟୀର ଶିଳ୍ପ ଦାଦନ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଏ  । ପରିବାରର ସମସ୍ତ ସଦସ୍ୟ ଏହି ବୟନ ଶିଳ୍ପରେ ନିୟୋଜିତ ହୋଇଥାଆନ୍ତି  । ସୋନପୁରରେ ୧୯୫୪ ମସିହାରେ ସହକାରୀ ବୟନ ଶିଳ୍ପ ପ୍ରତିଷ୍ଠା ହୋଇଥିଲା । ଭୁଲିଆ, କୃଷ୍ଟା ,ତନ୍ତୀ, ଢେରା ଆଦି ସଂପ୍ରଦାୟ ଲୋକେ ଏହି ଶିଳ୍ପରେ କାରିଗରୀ ଥିଲେ । ସମ୍ବଲପୁରୀ ଶାଢି, ଧୋତି, ଗାମୁଛା ସହ ପାଟର ଅନେକ କାର୍ଯ୍ୟ ହେଉଥିଲା  । ସମ୍ବଲପୁରୀ ହସ୍ତତନ୍ତ କାର୍ଯ୍ୟ ବସ୍ତ୍ର ଧନୀରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ପରିଧାନ କରିପାରୁଥିଲେ  । କିନ୍ତୁ କିଛି ବର୍ଷ ହେଲା ଏହାର ମନ୍ଦାଳିଆ ଅବସ୍ଥା ନେଇ କେବଳ ଭୁଲିଆ ସଂପ୍ରଦାୟ ଏହି ହସ୍ତତନ୍ତ କାରୁକାର୍ଯ୍ୟ କରୁଛନ୍ତି । ଅଶୀ ଦଶକ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ବୁଣାକାରମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ସରକାରଙ୍କ ଯୋଜନାରେ ସ୍ୱଚ୍ଛତା ନଥିବାରୁ ସମସ୍ତ ସବସିଡି ଟଙ୍କା କେତେକ ମୃଷ୍ଟିମେୟ ଲୋକ ସୁବିଧା ନେଲେ  । ମିଛ ସୋସାଇଟି ନାମରେ ସବସିଡି ଟଙ୍କା ସବୁ ଖାଇଗଲେ  । ସରକାରୀ ସବସିଡି ଟଙ୍କାରେ କିଛି ଧନୀ ଲୋକ ସୃଷ୍ଟି ହେଲେ । ପ୍ରକୃତ ବୁଣାକାରମାନେ କୌଶଳି ଶ୍ରମିକ ରହିଗଲେ  ।  ଏହିମାନେ  କାମରୁ ମୁହଁ ଫେରାଇ ନେଲେ । ସମୟ କ୍ରମେରେ ସୋନପୁରର ବୟନ ଶିଳ୍ପ ସଙ୍କଟ ଦେଇ ଗତି କଲା । ପରେ ସୁତା ଓ ରଙ୍ଗ ଦର ବୃଦ୍ଧି ସହ ମାର୍କେଟିଂ ଅଭାବ ନେଇ ବୁଣାକାର ଅନେକ ସମସ୍ୟା ସାମ୍ନା କଲେ । ସମ୍ବଲପୁରୀ ପାଟ ଓ ଶାଢି ଦର ଆଶାତୀତ ବୃଦ୍ଧି ପାଉଥିବା ବେଳେ ନକଲି ଶାଢି ପ୍ରାଦୁର୍ଭାବ ବୃଦ୍ଧି ପାଇଲା  । ଅତି କମ ସମୟରେ ହଜାର ହଜାର ନକଲି ଶାଢି ତିଆରି ବଜାର ଆସୁଅଛି । ଗ୍ରାହକ ଅସଲି ହସ୍ତତନ୍ତ କଳାତ୍ମକ କାର୍ଯ୍ୟ ଓ ନକଲି ଶାଢି ଜାଣିପାରୁନାହାନ୍ତି । ସମ୍ବଲପୁରୀ ବୟନ ଶିଳ୍ପର ଶାଢି ସଚେତନତା ଅଭାବରୁ କମ ମୂଲ୍ୟରେ ବଜାରକୁ ଏହି  ସମ୍ବଲପୁରୀ ନକଲି ଶାଢି ମିଳୁଥିବାରୁ ଗ୍ରାହକ ପ୍ରଥମ  ପ୍ରସନ୍ଦ କରୁଛନ୍ତି ।   ସମ୍ବଲପୁରୀ ବୟନ ଶିଳ୍ପ ମନ୍ଦାଳିଆ ଅବସ୍ଥା ନେଇ ସୁବର୍ଣ୍ଣପୁର ଜିଲ୍ଲାର ବଜାରରେ ସମସ୍ୟା ସାମ୍ନା ସୃଷ୍ଟି ହେଲା  । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରକୃତ ବୁଣାକାରଙ୍କୁ ଉପର ସ୍ତରଙ୍କୁ ନେବା ପାଇଁ ଠୋସ ପଦକ୍ଷେପ ନେଉ ନାହାନ୍ତି ବୋଲି ଅଭିଯୋଗ ହେଉଛି । ସୁବର୍ଣ୍ଣପୁର ଜିଲ୍ଲାର ବୟନ ଶିଳ୍ପ ଉପରେ ଏକ ମହାବିଦ୍ୟାଳୟ କରାଯାଇପାରନ୍ତା  । ଯାହା ସବୁ ସଂପ୍ରଦାୟ ଲୋକେ ଜ୍ଞାନ ଆହରଣ କରିପାରିବେ । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାର ବୟନ ଶିଳ୍ପ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୃଷ୍ଟପୋଷକତାର ଅଭାବ ରହିଲା । କିଛି ବର୍ଷ ହେଲା ସୁବର୍ଣ୍ଣପୁରର ସହକାରୀ ବୟନ ଶିଳ୍ପ କାର୍ଯ୍ୟାଳୟ ଉନ୍ନତ ସୋପାନ ଯାଇ ଉପ ନିଦେ୍ର୍ଦଶକ କାର୍ଯ୍ୟାଳୟ ହେଲାଣି । କିନ୍ତୁ କର୍ପୁରୁ ଉଠି ଯାଇଛି କେବଳ କନା ପଡ଼ିଛି । ବହୁ ବର୍ଷ ହେଲା ପୂର୍ବରୁ ଥିବା ଏକ ବର୍ଷ ଛଅ ମାସର ସାର୍ଟିଫିକେଟ କୋର୍ସ ବନ୍ଦ ହୋଇଗଲା । ଏଠାରେ ଉକ୍ତ କୋର୍ସ କରି ଅତୀତରେ ଅନେକ ଯୁବକ ନିଯୁକ୍ତି ପାଇଥିଲେ  । ଏବେ ଜିଲ୍ଲାରେ ୧୨ ହଜାର ବୁଣାକାରରୁ ୭ହଜାର ତନ୍ତ ବ୍ୟବହାର କରୁଛନ୍ତି । ସୋସାଇଟି ୬୯ମଧ୍ୟରୁ ମାତ୍ର ୩୫ ସୋସାଇଟି ଚାଲୁଛି । ଜିଲ୍ଲାରେ ଟସର ଚାଷ ହେଉନାହିଁ । ବେଙ୍ଗାଲୁରୁ ସହରରୁ ସମସ୍ତ ସୂତା ଆଧୁନିକ ଢାଞ୍ଚାରେ ଆସୁଅଛି । ବୁଣାକାରମାନଙ୍କୁ କେବଳ ଘର ନିର୍ମାଣ ପାଇଁ ଏକ ଲକ୍ଷ ୩୦ ହଜାର ,ବୟନ ଜ୍ୟୋତି ଯୋଜନାର ଇନଭେଟର ପ୍ରଦାନ,ବୁଣାକାର ଭତ୍ତା ୬୦ବର୍ଷ  ୨ହଜାର ଟଙ୍କା ଏବଂ ୮୦ ଉର୍ଦ୍ଧ ୨୫୦୦ ଟଙ୍କା ପ୍ରଦାନ କରାଯାଉଛି । କିନ୍ତୁ ବୁଣାକାରମାନଙ୍କ ପାଇଁ ସାମାଜିକ , ଅର୍ଥନୈତିକ , ବୌଦ୍ଧିକ ବିକାଶ ହେବା କଥା । ତାହା ଗୁରୁତ୍ୱ ଦିଆଯାଉ ନାହିଁ । କୋରାନା ମହାମାରୀ ପରେ ସୋନପୁର ବୟନ ଶିଳ୍ପ ଭଲ ଅବସ୍ଥା ଫେରିଛି । କିନ୍ତୁ ଏହାର ଫାଇଦା ବେସରକାରୀ ବ୍ୟବସାୟୀମାନେ ନେଉଛନ୍ତି । ସେମାନେ ବୁଣାକାର ନିୟୋଜିତ କରି ମାର୍କେଟ ପର୍ଯ୍ୟନ୍ତ ସମସ୍ତ ଦିଗ କାର୍ଯ୍ୟ କରି ବେଶ ଅର୍ଥ ଉପାର୍ଜନ କରୁଛନ୍ତି ।  ଏହି ବନ୍ଧା କଳାରେ ଅନ୍ୟ ସଂପ୍ରଦାୟ ମହିଳାମାନେ ନିଜ ଘରରେ ବାନ୍ଧ କଳା କାର୍ଯ୍ୟ କରି  ୧୫ ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଯାହା ବୟନ ଶିଳ୍ପର ଲୋକପ୍ରିୟତା ନେଇ ସୂଚିତ କରିଛି   । କିନ୍ତୁ କୌଶଳି ବୁଣାକାରମାନଙ୍କ ସ୍ଥିତିରେ ଉନ୍ନତ   ହୋଉ ନାହିାଁାଏବେ ସରକାର ଆଧୁନିକ ଅନ୍ ଲାଇନ ମାଧ୍ୟମରେ ଉକ୍ତ ବିଶ୍ୱ ପ୍ରସିଦ୍ଧ ବୟନ ଶିଳ୍ପର କଳାତ୍ମକ କାର୍ଯ୍ୟର ପ୍ରଚାର ଓ ପ୍ରସାର କରି ବଜାର ସୃଷ୍ଟି କରି ପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରୁଛନ୍ତି  । କେନ୍ଦ୍ର ଓ ରାଜ୍ୟ ସରକାର ବୁଣାକାରମାନଙ୍କ ପାଇଁ ନୂତନ ବୈଷୟିକ ଜ୍ଞାନ ଦେବା ସହ ରିସର୍ଚ୍ଚ ସେଣ୍ଟମାନେ ଆଦି ଖୋଲି   ବୟନ ଶିଳ୍ପର   ବିକାଶ ନେଇ ଠୋସ ପଦକ୍ଷେପ ନେବାକୁ ଦାବୀ ହେଉଛି ।