ନବ ଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଜଗନ୍ନାଥ ମନ୍ଦିର ଠାରେ ନେତ୍ରୋସôବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଅଣସର ଘରେ ଶ୍ରୀଜୀଉ ମାନଙ୍କ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରାଯାଇ ମନ୍ଦିରରେ ପ୍ରବେଶ କରାଯାଇଥିଲା । ଯଜ୍ଞ କର୍ତ୍ତା ଭାବେ ପଞ୍ଚାନନ ସ୍ୱାଇଁ ଓ ବିଳାସିନୀ ସ୍ୱାଇଁ ଦାୟିତ୍ୱ ନିର୍ବାହ କରିଥିଲେ । ପୂଜକ ପଣ୍ଡିତ ଅମରେନ୍ଦ୍ର ନନ୍ଦ, ଅଦ୍ୱୈତ ହୋତା, ରୁଚିର ପାଳ, ମୂରଲୀଧର ଶତପଥୀ, ଅଜିତ୍ ଶତପଥୀ ପ୍ରମୁଖ ପୂଜାନୀତି ସମ୍ପର୍ଣ୍ଣ କରିଥିଲେ । ଏହି ଅବସରରେ ଶ୍ରୀଜୀଉଙ୍କର ଆଜ୍ଞା ମାଳ ନିଆଯାଇ ରଥରେ ବନ୍ଧା ଯାଇଥିଲା । ରଥରେ ପୂଜାର୍ଚ୍ଚନା ପରେ ରଥର ବିନ୍ଧାଣି ଲଛମନ ନାୟକ ରଥରେ ନେତ ବାନ୍ଧିଥିଲେ । ସ୍ଥାନୀୟ ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ରହି ପ୍ରଭୁଙ୍କର ନବଯୌବନ ଦର୍ଶନ କରିଥିଲେ । ଆସନ୍ତା କାଲି ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କାର୍ଯ୍ୟକ୍ରମକୁ ମନ୍ଦିର କମିଟି ଓ ରଥଯାତ୍ରା କମିଟି ବରିଷ୍ଠ ସଭ୍ୟ ପଞ୍ଚାନନ ସ୍ୱାଇଁ, ଯୁଧିଷ୍ଠିର ମହାନ୍ତି, ଡମ୍ବରୁଧର ବେହେରା, ଶରତ ରାଉତ, ଅରୁଣ ସାହୁ, ହିମାଂଶୁ ରାଉତ ପ୍ରମୁଖ ପରିଚାଳନା କରୁଛନ୍ତି ।