୪ ମାଓବାଦୀ ଗିରଫ
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଯବାନଙ୍କ ଦ୍ୱାରା ୪ଜଣ ମାଓବାଦୀ ଗିରଫ । ସୂଚନା ଅନୁଯାୟୀ, ସୁକୁମା ଜିଲ୍ଲାର ଜଗରଗୁଣ୍ଡା ଜଙ୍ଗଲରେ ୧୬୫ ସିଆରପିଏଫ ବାଟାଲିନୟର ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଛି ବ୍ୟକ୍ତି ଯବାନଙ୍କୁ ଦେଖି ଲୁଚି ପଳାଇବାକୁ ଉଦ୍ୟମ କରିଥିଲେ । ଯବାନମାନେ ସେମାନଙ୍କୁ ଦେଖି ସନେ୍ଦହ କରି ମୋଟ ୪ଜଣଙ୍କୁ କାବୁ କରିଥିଲେ । ପଚରା ଉଚରା ବେଳେ ସେମାନେ ଜଗରଗୁଣ୍ଡା ମାଓ ଏରିଆ କମିଟିର ସଦସ୍ୟ ବୋଲି ସ୍ୱୀକାର କରିଥିଲେ । ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଏହି ମାଓବାଦୀମାନେ ବୋମା ଖଞ୍ଜିବାକୁ ଆସିଥିଲେ ବୋଲି ସ୍ୱୀକାର କରିବାବେଳେ ଏମାନଙ୍କୁ ଯବାନମାନେ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଟିଫିନ୍ ବୋମାକୁ ମଧ୍ୟ ଜବତ କରିଥିଲେ ।