୪୦ ୟୁନିଟ୍ ରକ୍ତ ସଂଗ୍ରହ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ କାବରା ଗ୍ରାମରେ କବି ବ୍ରଜନାଥଙ୍କ ଜୟନ୍ତୀ ଅବସରରେ ବଡ଼ଜେନା ଯୁକ ସଂଘ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୁବକ ସଂଘ ଉପଦେଷ୍ଟା ନିରୋଦ କୁମାର ମହାରଣା, ସମ୍ମାନିତ ଅତିଥି ଭାବେ ବର୍ଷିଆନ କବି ଯୋଗୀନାଥ ରାଉଳ, ସାମ୍ବାଦିକ ଆନନ୍ଦ ଚନ୍ଦ୍ର ମହାନ୍ତି, କବୟିତ୍ରୀ ରଶ୍ମିତା ରାଉତ, ସମାଜସେବୀ ଚନ୍ଦନ ରାଉଳ, ପ୍ରତାପ ରାଉଳ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ରକ୍ତଦାତା ଆଗ୍ରହର ସହିତ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଢେଙ୍କାନାଳ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସ୍ୱରୁପ ରଞ୍ଜନ ସାହୁ, ରକ୍ତ ଭଣ୍ଡାର କର୍ମଚାରୀ ତପନ ଜେନା, ରାକେଶ ବେହେରା, ଅଭିମନୁ୍ୟ ସାହୁ ଓ ଅଜୟ ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଶିବିର ପରିଚାଳନାରେ ବଡ଼ଜେନା ଯୁବକ ସଂଘ ସଭ୍ୟ ମନୋଜ ମହାନ୍ତି, ସାଇ ସୁଭମ ନାୟକ, କୃଷ୍ଣଚନ୍ଦ୍ର ରାଉଳ, ଦେବୀ ପ୍ରସାଦ ମହାନ୍ତି, ରଶ୍ମିରଞ୍ଜନ ନାୟକ, ଶୁଭ୍ରମନୁ୍ୟ ନାୟକ, ସୂର୍ଯ୍ୟକାନ୍ତ ରାଉତ, ସୁଧାଂଶୁ ମହାନ୍ତି, ରଶ୍ମିରଞ୍ଜନ ନାୟକ, ତ୍ରିଲୋଚନ ନାୟକ, ଶୁଭମ ନାୟକ, ଆଦର୍ଶ ଖଟୁଆ, ଶୁଭେନ୍ଦୁ ମହାନ୍ତି, ବିକାଶ ନାୟକ, ସ୍ୱସ୍ତିକ ପ୍ରସାଦ ନାୟକ, ସ୍ମୃତିରଞ୍ଜନ ସାହୁ, ଇଲୁ ନାୟକ, ଅରୁ ରାଉଳ ପ୍ରମୁଖ ସହାୟତା କରିଥିଲେ ।