ସଫା ଓ ପଲିସ୍ ନାଁରେ ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ
ଯାଜପୁର : ସଫା ଓ ପଲିସ ନାଁରେ ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ । ଗ୍ରାହକଙ୍କ ବିଶ୍ୱାସରେ ବିଷ ମିଶାଇ ଦୋକନୀ ଗହଣା ସଫା ଓ ପଲିସ କରୁଥିବା କାରିଗର ମାଧ୍ୟମରେ ସୁନା ଗ୍ରାମଗ୍ରାମ ଲୁଟୁଛନ୍ତି । ଏଭଳି କିଛି ଘଟଣା ଯାଜପୁର ନଗର ଅଞ୍ଚଳରେ ନିକଟପାଖରେ ଘଟିଯାଇଛି । କଥାଟି ଥାନାକୁ ଯିବା ପରେ ସୁନା ଳୁଟ ଘଟଣା ପଦାକୁ ଆସିଥିଲା । ହେଲେ ଥାନାରେ କଥାଟି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇଯିବାର ମାମଲା ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ପୁଲିସ । କିନ୍ତୁ ଥାନାରେ ସମାଧାନ ହୋଇଥିବା ମାମଲାରେ ସୁନାଦୋକାନୀ ଲୁଟର ଶୀକାର ହୋଇଥିବା ଗ୍ରାହକଙ୍କୁ ତାଙ୍କ ଦାବିମତେ ସୁନା ଫେରାଇବାକୁ ବାଧ୍ୟ ହୋଇଥିଲେ । ଯାଜପୁର ସହରର ମାର୍କେଟ ଛକ ଠାରେ ଥିବା ଏକ ସୁନା ଦୋକାନର ମାଲିକ ନିଜ ସୋରୁମ୍ରୁ ଜଣେ ଗ୍ରାହକ ସୁନା ଗହଣା କିଣିବା ସହିତ କିଛି ଅଳଙ୍କାର ସଫା ପଲିସ କରିବାକୁ ଦେଇଥିଲେ । ସଫା ଓ ପଲିସ କରି ବାହାର ରାଜ୍ୟର କାରିଗର ଫେରାଇବା ପରେ ଦୋକାନୀ ବାବୁ ଗ୍ରାହକଙ୍କୁ ତାଙ୍କ ଅଳଙ୍କାର ଫେରାଇଥିଲେ । ହେଲେ ଗ୍ରାହକ ଜଣକ କଷ୍ଟ ଅର୍ଜର୍ିତରେ କରିଥିବା ଅଳଙ୍କାର ଓଜନ ଜାଣିବାକୁ ଚାହିଁଥିଲେ । ଯାହାକୁ ନେଇ ଦୋକାନୀ ସହ ଗ୍ରାହକଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଥାାନରେ କଥା ପହଁଚିଥିଲା । ମାମଲା ଥାନାରେ ସମାଧାନ ହୋଇଥିଲା ଏବଂ ଗ୍ରାହକ ଜଣଙ୍କ ହରାଇଥିବା ସୁନା ଫେରି ପାଇଥିଲେ । ଏଠାରେ ପ୍ରଶ୍ନ ଏପରି ଅସାଧୁ ସୋରୁମ୍ ମାଲିକ ନିଜର ଆକାଂକ୍ଷା ପୁରଣ ପାଇଁ ଗ୍ରାହକଙ୍କୁ ଠକିବାରେ ଲାଗିଛନ୍ତି । ଏପରି ଅସାଧୁ ବ୍ୟବସାୟୀଙ୍କ ପ୍ରତି ଗ୍ରାହକ ମାନେ ସଜାଗ ରହିବାର ଆବଶ୍ୟକତା ରହିନି ଏପରି ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାହକଙ୍କମହଲରୁ ଦାବି କରାଯାଇଛି ।