୧୫ତମ କେଜିଆଇ କପ୍ ଉଦଘାଟିତ କ୍ୟାକ୍ସ୍ ଓଏଏସ୍ ଟପ୍ପରସ୍ ଇଲେଭେନ୍ ବିଜୟୀ

 ବ୍ୟାସନଗର: ଜିଲାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସମୂହ କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସର୧୫ ତମ ବାର୍ଷିକ କ୍ରୀଡା ଉତ୍ସବ ସଂଘର୍ଷ ଆୟୋଜିତ ହୋଇଯାଇଥିବା ବେଳେ ସତ୍ୟାନନ୍ଦ ଦାସ ମେମୋରିଆଲ କେଜିଆଇ କପ୍ ଉଦଘାଟିତ ହୋଇଯାଇଛି । ଯାଜପୁର ଜିଲାର ପୂର୍ବତନ ଜିଲାପାଳ ତଥା କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସର ମୁଖ୍ୟ ଉପଦେଷ୍ଟା ରଞ୍ଜନ କୁମାର ଦାସ ଉଦଘାଟିତ କରିଥିଲେ । କେଜିଆଇ କପ୍ର ଉଦଘାଟନୀ ମ୍ୟାଚ୍ରେ ଏକ ବନ୍ଧୁତାପୂର୍ଣ୍ଣ ମ୍ୟାଚ୍ ସଦ୍ୟ ପ୍ରକାଶିତ ଓସିଏସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା କଳିଙ୍ଗ ଏକାଡେମୀ ଅଫ୍ କମ୍ପିଟେଟିଭ୍ ଷ୍ଟଡିଜ୍ (କ୍ୟାକ୍ସ୍)ର ଅଫିସର୍ ମାନଙ୍କର ଟିମ୍ ଓଏଏସ୍-୨୨ଟପ୍ପରସ୍ ଇଲେଭେନ୍ ଏବଂ କ୍ୟାକ୍ସ୍ର ସଦସ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଥିଲା । କାର୍ଯ୍ୟକ୍ରମରେ ଓସିଏସ୍-୨୦୨୨ପରୀକ୍ଷାରେ ସଫଳ ହୋଇଥିବା ବିକାଶ ରଞ୍ଜନ ସାହୁ, ସଞ୍ଜୟ କୁମାର ମିଶ୍ର, ସୌରଭ ଦାସ, ସୌରଭ ବଡୁ, ବର୍ଷା ପରିଡ଼ା, ସୁମନ ରାୟ, ଜଗନ୍ନାଥ ପାଢ଼ୀ, ସିଦ୍ଧାନ୍ତ ରାୟ, ପ୍ରିତମ ଦେବତା, ହରପ୍ରସାଦ ମହାପାତ୍ର, ସୁରଜିତା ବେହେରା, ଦେବେନ୍ଦ୍ର ରାଜ ପାତ୍ର, ନିଗମାନନ୍ଦ ଦଳ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ୧୦ଓଭର୍ ବିଶିଷ୍ଟ ଏହି ମ୍ୟାଚ୍କୁ ଓଏଏସ୍-୨୨ଟପ୍ପରସ୍ ଇଲେଭେନ୍ ୬ ୱିକେଟ୍ରେ ବିଜୟ ହାସଲ କରିଥିଲା । ସିଦ୍ଧାନ୍ତ ରାୟ ୬୫ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏଥିସହିତ ଅନ୍ୟମ୍ୟାଚ୍ ଗୁଡ଼ିକ ମଧ୍ୟରେ ସେଣ୍ଟ ଜାଭିୟର୍ ଇଣ୍ଟରନ୍ୟାସନାଲ ସ୍କୁଲର ହାଉସ ମ୍ୟାଚ୍ ଗୁଡ଼ିକ ଆୟୋଜିତ ହୋଇଯାଇଥିବା ସମୟରେ ହାଉସ୍ ଫାଇନାଲ୍ରେ ୟେଲୋ ହାଉସ୍ ବିଜୟ ଲାଭ କରିଥିଲା । ଏଥିସହିତ କଳିଙ୍ଗନଗର ପଲିଟେକନିକ୍ ଓ କଳିଙ୍ଗ ହାୟର ସେକେଣ୍ଡାରୀ ସ୍କୁଲ ଏବଂ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ମହିଳା ସଦସ୍ୟା ମାନଙ୍କ ମଧ୍ୟରେ ଆୟୋଜିତ ହୋଇଯାଇଥିବା ମ୍ୟାଚ୍ରେ କେଏନପି ଓ କେଏଚଏସଏସର ସଦସ୍ୟା ବିଜୟ ଲାଭ କରିଥିଲା । ଏହା ସହିତ ସେଣ୍ଟଜାଭିୟର ଇଣ୍ଟରନ୍ୟାସନାଲର ଛାତ୍ରୀ ମାନଙ୍କର କଳିଙ୍ଗ ହାୟର ସେକେଣ୍ଡାରୀ ସ୍କୁଲ ଏବଂ କଳିଙ୍ଗନଗର ପଲିଟେକନିକ୍ର ଛାତ୍ରଛାତ୍ରୀ ମାନଙ୍କ ସହିତ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଥିଲା । ଖେଳକୁ କେଜିଆଇର ଛାତ୍ରଛାତ୍ରୀ ଏବଂ କାର୍ଯ୍ୟକର୍ତା ପରିଚାଳନା କରିଥିଲେ ।