୪୩ ୟୁନିଟ୍ ରକ୍ତ ସଂଗ୍ରହ

 ବ୍ୟାସନଗର: ଫେରୋକ୍ରୋମ କର୍ମଚାରୀ ରକ୍ତ ଦାନର ମହତ୍ୱକୁ ବାସ୍ତବ ରୂପ ଦେଇ ପ୍ଲାଂଟ ପରିସରରେ ରକ୍ତଦାନ କରିଥିଲେ । ଯାଜପୁର ରେଡକ୍ରସ୍ ଅନୁଷ୍ଠାନ ମାଧ୍ୟମରେ ଶିବିରକୁ ପ୍ଲାଂଟ ମୁଖ୍ୟ ରଶ୍ମୀରଞ୍ଜନ ପରିଡ଼ା ଉଦ୍ଘାଟନ କରିଥିଲେ । ଶିବିରରେ ୪୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ରେଡକ୍ରସ୍ ପକ୍ଷରୁ ସାଗରିକା ସାମଲ,  ସନ୍ଧ୍ୟାରାଣୀ ଭୂତିଆ, ଇଏସ୍ଆଇ ଡ. ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ଶିବିର ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମକୁ ସୂର୍ଯ୍ୟସ୍ନାତ ଆୟାଚ, ରଶ୍ମିତା ନାୟକ, ପ୍ରତୁ୍ୟଷ ସାହୁ, ଅରୁଣକାନ୍ତି କର, ଦେବରଞ୍ଜନ କର, ବିଭୁଦେନ୍ଦୁ ବଳ, ଅର୍ପିତ ଦାସ ପ୍ରମୁଖ ପରିଚାଳନା କରିଥିଲେ ।