ଟୋଲ ପ୍ଲାଜାରେ ଅନିୟମିତତା : ବଟି ଆଦାୟ ଅଭିଯୋଗ

ବୈଶିଙ୍ଗା: ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଠାରେ ଯାନବାହାନଙ୍କ ନିକଟରୁ ଶୁକ୍ଳ ଆଦାୟ ପାଇଁ ନିର୍ମିତ ଟୋଲ ପ୍ଲାଜା ରେ "ଫାସ ଟାଗ୍୍’ ଥିବା ସତ୍ତ୍ୱେ ଚାରି ଚକିଆ ଯାନ ଠାରୁ ଭାରୀଯାନ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଅଧିକ ଶୁକ୍ଳ ଆଦାୟ କରାଯାଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି । ଅନ୍ୟ ଟୋଲ ପ୍ଲାଜା ତୁଳନାରେ ଏହି ପଦ୍ମନାଭପୁର ଟୋଲ ପ୍ଲାଜାରେ ଅଧିକ ଶୁକ୍ଳ ନିର୍ଦ୍ଧାରିତ କାହିଁକି କରାଯାଇଛି ବୋଲି ଗାଡି ମାଲିକମାନେ ଅଭିଯୋଗ ଆଣିଛନ୍ତି । ଏଥିସହିତ ଏଠାରେ ବ୍ୟାପକ ଅନିୟମିୟତା ସହ ବଟି ଆଦାୟ କରାଯାଉଥିବାର କେତେକ ଚାଳକଙ୍କ ଠାରୁ ସୂଚନା ମିଳିଛି । ଏଇ କିଛି ଦିନ ତଳେ ଟାଟାରୁ ପାରାଦ୍ୱୀପ ଯାଉଥିବା ଦୁଇଟି ଭାରି ଯାନକୁ ଅଧିକ ଲୋଡ଼ ଥିବା ଦର୍ଶାଇ ଦିନ ସାରା ଅଟକ ରଖାଯାଇଥିଲା । ବିଳମ୍ବିତ ରାତିରେ ସେହି ଭାରିଯାନ ଦୁଇଟିର କଣ୍ଟାରେ ଓଜନ କରା ନ ଯାଇ ଏବଂ ଫାସଟାକ୍ ଯାଞ୍ଚ୍ କରା ନଯାଇ ମୋଟା ଅଙ୍କର ଶୁକ୍ଳ ଆଦାୟ କରାଯାଇଥିବା ଦୁଇ ଚାଳକ ରଣଜିତ୍ ସିଂହ ଏବଂ ନିଖିଲ ଶର୍ମା ପ୍ରକାଶ କରିଛନ୍ତି । ପ୍ରତି ଦିନ ରାତିରେ ଏହି ଭଳି ଅନିୟମିୟତା ହେଉଥିବା ସେଠିକାର କାର୍ଯ୍ୟରତ କିଛି କର୍ମଚାରୀ ମଧ୍ୟ ପ୍ରକାଶ କରିଛନ୍ତି  । ଏଥି ପାଇଁ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛିି ।