୪୫ ସ୍ଥାନରେ ହେବ ପମ୍ପଡ୍ ଷ୍ଟୋରେଜ୍

 ଭୁବନେଶ୍ୱର  : ୧୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପିଏସ୍ପି ପ୍ରକଳ୍ପ ନେଇ ଆଜି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ସିଂହଦେବ କହିଛନ୍ତି କି, ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର । ଏସବୁର ସଦୁପଯୋଗ କରି ଅକ୍ଷୟ ଶକ୍ତିର ଉସôକୁ ବିକଶିତ କରାଯାଉଛି । ଅକ୍ଷୟ ଶକ୍ତିରେ ପମ୍ପଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ (ପିଏସ୍ପି)ର ଗୁରୁତ୍ୱ ସ୍ୱତନ୍ତ୍ର । ସଂପ୍ରତି ଓଡ଼ିଶାର ୪୫ ଗୋଟି ସ୍ଥାନକୁ ପିଏସ୍ପି ପ୍ରକଳ୍ପ କରିବା ପାଇଁ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ ୧୦ ଗୋଟି ପ୍ରକଳ୍ପ ସରକାରୀ ସ୍ତରରେ ବିଭିନ୍ନ ପିଏସ୍ୟୁମାନଙ୍କ ଦ୍ୱାରା କରାଯିବା ଯୋଜନା ରହିଛି । ଏହା ବାଦ୍ କିଛି କମ୍ପାନୀ କେତେକ ସ୍ଥାନକୁ ନିଜସ୍ୱ ଭାବେ ଚିହ୍ନଟ କରିଛନ୍ତି । ଏସବୁର ବିକାଶ କାର୍ଯ୍ୟ ପ୍ରଥମେ ଆବେଦନ କରିଥିବା କମ୍ପାନୀଗୁଡିକୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯିବ । ଗତ ଉକôର୍ଷ ଓଡ଼ିଶା କନ୍କ୍ଲେଭ୍ରେ ତେଲେଙ୍ଗାନାର ସଙ୍ଗମମ୍ ପାୱାର୍ ପ୍ରୋଜେକ୍ଟ କମ୍ପାନୀ ଓଡ଼ିଶା ସରକାରଙ୍କ ସହ ପିଏସ୍ପି ବା ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ନେଇ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । କୋରାପୁଟ ଜିଲ୍ଲାର ସୁଙ୍କିଠାରେ ପିଏସ୍ପି କରିବା ନିମନ୍ତେ ସଙ୍ଗମମ୍ ପାୱାର୍ ପ୍ରୋଜେକ୍ଟ କମ୍ପାନୀ କାର୍ଯ୍ୟସାରଣୀ ବା ଡିପିଆର୍ ପ୍ରସ୍ତୁତ କରିଛନ୍ତି । ୧୦୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ଦିନକୁ ୬ ଘଣ୍ଟା ବିଦୁ୍ୟତ ଉତ୍ପାଦନ କରିବ । ପ୍ରକଳ୍ପ ଆରମ୍ଭ ନିମନ୍ତେ ଓଡିଶା ସରକାରଙ୍କଠାରୁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଓ ଅନ୍ୟାନ୍ୟ ସରକାରୀ ପ୍ରୋସôାହନ ଯୋଗାଇଦେବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏବଂ ଅନ୍ୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।