୫ ପୁଲିସଙ୍କ ନାମରେ ମାମଲା
ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଅଧିକାରୀ ମୋନଜ ପ୍ରଧାନ, କଣିହାଁ ଥାନାର ପୂର୍ବତନ ଥାନା ଅଧିକାରୀ କିଶୋର କୁମାର ସାମଲ, ଡେରେଙ୍ଗ ଫାଣ୍ଡିର ପୂର୍ବତନ ଫାଣ୍ଡି ଅଧିକାରୀ ଡି. ମହାନଦୀଆ, କଣିହାଁ ଥାନାର ପୂର୍ବତନ ସବ୍ ଇନ୍ସପେକ୍ଟର ତ୍ରିଲୋଚନ ଖଟୁଆଙ୍କ ସହିତ ପୂର୍ବତନ ପାଲଲହଡା ଏସଡିପିଓ ଇନ୍ଦୁମତି ପଶ୍ଚିମ ମୁଖୀକବାଟଙ୍କ ନାମରେ ମାନବାଧିକାର କମିଶନ ନିକଟରେ ମାମଲା ରୁଜୁ ହୋଇଛି । ଅନୁଗୁଳ ଜିଲ୍ଲା ପୁଲିସ ଏହାର ତଦନ୍ତ କର ଓଡ଼ିଶା ମାନବାଧିକାର କମିଶନଙ୍କୁ ଅବଗତ କରିଥିବା ଜଣାପଡ଼ିଛି । ଏହାର ତଦନ୍ତ କରି ଅନୁଗୁଳ ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା ଗତ ଅପ୍ରେଲରେ ରିପୋର୍ଟ ଦେଇଛନ୍ତି । ତେବେ ଏଥିରେ କଣିହାଁ ଥାନାର ପୂର୍ବତନ ଥାନା ଅଧିକାରୀ କିଶୋର କୁମାର ସାମଲ, ସବ୍ଇନ୍ସପେକ୍ଟର ତ୍ରିଲୋଚନ ଖଟୁଆ ମାନବାଧିକାର କମିଶନଙ୍କ ନିକଟରେ ନିଜର ମତ ରଖିନାହାନ୍ତି । ଏହି ମାମଲାରେ ସହଯୋଗ କରିଥିବା କଣିହାଁ ଥାନାର ପୂର୍ବତନ ଥାନା ଅଧିକାରୀ ମୋନଜ ପ୍ରଧାନ, ପୂର୍ବତନ ଫାଣ୍ଡି ଅଧିକାରୀ ଡି ମହନଡିଆ ଓ ପୂର୍ବତନ ଏସଡିପିଓ ପାଲଲହଡ଼ା ବିରୋଧରେ କଣ କାର୍ଯାନୁଷ୍ଠାନ ହେଉଛି ଏବଂ ଅନୁଗୁଳ ଆଡିଶନାଲ ଏସପି କିପ୍ରକାର ରିପୋର୍ଟ ପ୍ରଦାନ କରିଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ବୋଲି କୁହାଯାଉଛି ।
ରିପୋର୍ଟ ନେବାରେ ଜଣାଯାଇଛିଯେ, ଗାୟତ୍ରୀ ଫ୍ଲାଏ ଆସ ବ୍ରିକ୍ସର ମାଲିକାଣୀ ପାଞ୍ଚାଳୀ ସାହୁ, ରିତିକା ଇଞ୍ଜିନିଅରିଂର ମାଲିକ ରାଜେଶ ବେହେରା, ମହିନ୍ଦ୍ରା ଡିଜି କମ୍ପାନୀର ଡିଲର୍, ମହିନ୍ଦ୍ରା ଡିଜି କମ୍ପାନୀର ସେଲ୍ସ ମ୍ୟାନେଞ୍ଜର ରବି ସିଂ, ସର୍ଭିସ ମ୍ୟାନେଞ୍ଜର ଆଶିଷ ବେହେରାଙ୍କ ନାମରେ କଣିହାଁ ଥାନାରେ ଗତ ତା ୨୧/୫/୨୦୨୩ରେ ଏକ ଜାଲିଆତି ଓ ଠକେଇ ମାମଲା ରୁଜୁ କରିବା ପାଇଁ ଅଭିଯୋଗ କରିଥିଲେ । ତେବେ ପୁଲିସ୍ ତାକୁ ପଞ୍ଜୀକରଣ ନକରି ସମାଧାନ ପାଇଁ ମହିନ୍ଦ୍ରା କମ୍ପାନୀ କର୍ତ୍ତୃପକ୍ଷକୁ ଡାକିଥିଲେ । ମହିନ୍ଦ୍ରା କମ୍ପାନୀ କର୍ତ୍ତୃପକ୍ଷ ଆସି ସମାଧାନ କରିବା ପାଇଁ ଗାୟତ୍ରୀ ଫ୍ଲାଏ ଆସ ବ୍ରିକସର ମାଲିକାଣୀ ପାଞ୍ଚାଳୀ ସାହୁଙ୍କୁ କହିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିବା ସହ ପୁଲିସ୍ ମଧ୍ୟ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ଏହି ଆଧାରରେ ପାଞ୍ଚାଳୀ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ ।