୬ ଜୁଆଡି ଗିରଫ

 ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ବଉଳଘାଇ ଗ୍ରାମ ନିକଟରେ ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଚଢ଼ାଉ କରିଛି । ଚଢ଼ାଉରେ ୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ଘଟଣା ସ୍ଥଳରୁ ୨୫ ହଜାର ଟଙ୍କା ସମେତ ୩ଟି ମୋବାଇଲ ଫୋନ୍କୁ ଜବତ କରାଯାଇଛି  । ଗିରଫ ଜୁଆଡି ମାନେ ହେଲେ ହିଞ୍ଜିଳି ଥାନା ବଉଳଘାଇ ଗ୍ରାମର ପିଣ୍ଟୁ ଭୁୟାଁ (୨୬), ଚିନ୍ମୟ ସ୍ୱାଇଁ ((୨୨), କଂସ ସ୍ୱାଇଁ (୩୦), ଜିତୁ ସ୍ୱାଇଁ (୨୪), ପାଟପୁର ଥାନା ରଘୁନାଥପୁର ଗ୍ରାମର ମିଟୁ ପାଢି (୩୩) ଓ ନରସିଂହପୁର ଗ୍ରାମର ଆଲୋକ ପ୍ରଧାନ (୨୩)   । ଆଗାମୀ ଦିନରେ ହିଞ୍ଜିଳି ଥାନା ଇଲାକାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ ଜାରୀ ରହିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।