ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ : ଗୁରୁତର ଅବସ୍ଥାରେ ଏମକେସିଜି ମେଡ଼ିକାଲରେ ଭର୍ତ୍ତି
ବ୍ରହ୍ମପୁର: ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ନରସିଂହପୁର ଗାଁରେ । ନରସିଂହପୁର ଗାଁର ବି.କାର୍ତ୍ତିକେଶ୍ୱର ଦୋରାଙ୍କ ଘରେ ଗତ ମାର୍ଚ୍ଚ ମାସ ୫ ତାରିଖରେ ଚୋରି ହୋଇଥିଲା । ଘରେ ରହିଥିବା ୪ ତୁଳା ସୁନା ସହ ନଗଦ ୫୦ ହଜାର ଟଙ୍କା ଚୋରି କରି ନେଇଯାଇଥିଲେ ଚୋର ମାନେ । ଏନେଇ କାର୍ତ୍ତିକେଶ୍ୱର ଦିଗପହଣ୍ଡି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏହାପରେ ଗତ କିଛି ଦିନ ପୂର୍ବରୁ ଦିଗପହଣ୍ଡି ବ୍ଳକରେ ମନୋରେଗା କାମକୁ ନେଇ କିଛି ଦୁବୃର୍ତ୍ତି କାର୍ତ୍ତିକେଶ୍ୱରଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରିଥିଲେ । ଏନେଇ କାର୍ତ୍ତିକେଶ୍ୱର ଆକ୍ରମଣ କରିଥିବା କିଛି ଯୁବକଙ୍କ ନାମରେ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଆକ୍ରମଣକାରୀ ମାନେ ଜାଣିବା ପରେ କାର୍ତ୍ତିକେଶ୍ୱରଙ୍କ ଘରକୁ ଯାଇ ତାଙ୍କ ପନôୀଙ୍କୁ ପେଲାଠେଲା କରିବା ସହ ଥାନାରୁ ମାମଲା ଉଠାଇବା ପାଇଁ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା । କିଛି ସମୟ ଧରି କାର୍ତ୍ତିକେଶ୍ୱରଙ୍କ ପନôୀ ଓ ଦୁବୃର୍ତ୍ତଙ୍କ ମଧ୍ୟରେ କଥାକଟାକଟି ଚାଲିବା ସମୟରେ କାର୍ତ୍ତିକେଶ୍ୱରଙ୍କ ଭଉଣୀ ଏସ.ଲକ୍ଷ୍ମୀ ଆସି ଛଡ଼ାଇବାକୁ ଚେଷ୍ଟଶ କରିବା ସମୟରେ ଦୁବୃର୍ତ୍ତମାନେ ହାତରେ ଧରିଥିବା ମାରଣାସ୍ତ୍ରରେ ତାଙ୍କ ମୁଣ୍ଡ ଓ ହାତକୁ ଆକ୍ରମଣ କରିଥିଲେ । ଯାହାଫଳରେ ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିସôା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତେବେ ପୁଣି ଥରେ କାର୍ତ୍ତିକେଶ୍ୱରଙ୍କ ପନôୀ ଦିଗପହଣ୍ଡି ଥାନାରେ ଅଭିଯୋଗ ଦେଇଥିବା ବେଳେ ଆକ୍ରମଣକାରୀଙ୍କୁ ନ ଧରି ପୋଲିସ ଓଲଟା କାର୍ତ୍ତିକେଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯାହାକୁ ନେଇ କାର୍ତ୍ତିକେଶ୍ୱରଙ୍କ ପନôୀ ଓ ଆହତ ଭଉଣୀ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ।