୬୬ ଓଏଏସଙ୍କୁ ବଦଳି


 ଭୁବନେଶ୍ୱର:  ରାଜ୍ୟ ସରକାର ଓଏଏସସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୬୬ ଜଣ ଓଏଏସଙ୍କୁ ବଦଳି କରାଯିବା ସହ ନୂଆ ଦାୟିତ୍ୱ ଦେଇଛନ୍ତି । ଜ୍ୟୋତିପ୍ରକାଶ ସେଠୀଙ୍କୁ ଫିରିଙ୍ଗିଆ ତହସିଲଦାର, ଅନାମିକା ପାଣ୍ଡେଙ୍କୁ ଦିଗପହଣ୍ଡି ବିଡ଼ିଓ, ପ୍ରଜ୍ଞା ପାରମିତାଙ୍କୁ ଔପଦା ତହସିଲଦାର, ଅସ୍ମିତା ଦାସଙ୍କୁ ବାଲେଶ୍ୱର ଉପ ଜିଲ୍ଲାପାଳ, ଦେବୀ ପ୍ରସନ୍ନ ସାରସତ୍ୱଙ୍କୁ ବାଲେଶ୍ୱର ତହସିଲଦାର, କରୁଣାକର ଧିଣ୍ଡାଙ୍କୁ ବଡ଼ସାହି ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି  ।
ସେହିପରି ଅନୁପ କୁମାର ବେହେରାଙ୍କୁ ଭଦ୍ରକ ଉପ ଜିଲ୍ଲାପାଳ, ଧିରଜ କୁମାର ପାତ୍ରଙ୍କୁ ଦାରିଙ୍ଗବାଡ଼ି ତହସିଲଦାର, ଶରତ ସୋବୋରୋଙ୍କୁ ଗୁମା ତହସିଲଦାର, ଶ୍ରୀତପ ମିଶ୍ରଙ୍କୁ ନାରାୟଣପାଟଣା ତହସିଲଦାର ଭାବେ ନିଯୁକ୍ତି ମିଳିଛି  । ଏହିପରି ଭାବେ ୬୬ ଓଏଏସଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇ ନୂଆ ନିଯୁକ୍ତି ଦିଆଯାଇଛି  । ଏହି ମର୍ମରେ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।