ଶ୍ରମ କୋଡ ବାତିଲ ଦାବି: ୧୮ରେ ରାଜ୍ୟ ସମ୍ମିଳନୀ

 ଭୁବନେଶ୍ୱର  : ମେ ୨୦ରେ ହେବାକୁଥିବା ଦେଶବ୍ୟାପି ହରତାଳ କୁ ସଫଳ କାରିବାଲାଗି ଏପ୍ରିଲ ୧୮ ରେ ଲୋହିଆ ଏକାଡେମୀରେ ରାଜ୍ୟ ସମ୍ମିଳନୀକୁ ସଫଳ କରିବା ଲାଗି ରାଷ୍ଟ୍ରୀୟ ମଜଦୂର ସଂଘର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ୨୬ ହଜÿାର ମାସିକ ଦରମା, ଦରବୃଦ୍ଧିରେ ଲଗାମ, କୃଷକ ମାନଙ୍କୁ ଏମଏସପିରେ ଆଇନ ଗତ ସୁବିଧା, ଶ୍ରମ କୋଡ଼ ବାତିଲ, ଶ୍ରମିକ ଛଟେଇ, ପୁରୁଣା ପେନସନ ଲାଗୁ କରିବା, ଅଂଶୁଘାତକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ଓ ତୁରନ୍ତ ଶ୍ରମ ସମିଳନୀ ଅହୁତ କରିବା ଦାବିରେ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଜିଲ୍ଲା ବ୍ୟାପି ବ୍ୟାପକ ଜନସଚେ ତନତା କରାଯିବ ଲାଗି ନିଷ୍ପତି ହୋଇଛି । ଏହି ବୈଠକ ରେ ଆଇଏନଟିୟୁସି ର ମଦନ ମୋହନ ଧଳ, ଏଆଇଟିୟୁସି ର ନେତା ସୁର ଜେନା, ସିଟୁ ର ଦୁଷ୍ମନ୍ତ ଦାସ, ଏଆଇୟୂଟିୟୂସି ର ନିରଞ୍ଜନ ମହାନ୍ତି, ଏଲପିଏଫର ମଧୁସୂଦନ ପ୍ରଧାନ,ଓ ସ୍ୱାଧୀନ ଫେଡେରେସନର ବୃହସ୍ପତି ସାମଲ, ଭରଲସ ର ଅଜିତ ମହାନ୍ତି ଆଦି ଉପସ୍ଥିତ ଥିଲେ ।