ମସ୍କଙ୍କୁ ଲାଗିଲା ବଡ ଝଟକା

ଓପନଏଆଇ୯୭.୪ବିଲିୟନ ଡଲାରରେ କମ୍ପାନୀ କିଣିବା ପାଇଁ ଏଲୋନ ମସ୍କ ଦେଇଥିବା ଅଫରକୁ ପ୍ରତ୍ୟାଖ୍ୟାନ କରିଛ। OpenAI ସାମ ଆଲ୍ଟମ୍ୟାନ ଦ୍ୱାରା ପରିଚାଳିତ । ଓପନଏଆଇର ବୋର୍ଡ ଅଧ୍ୟକ୍ଷ ବ୍ରେଟ ଟେଲର କହିଛନ୍ତି ଯେ ମସ୍କଙ୍କ ପ୍ରସ୍ତାବ କେବଳ ତାଙ୍କ ପ୍ରତିଯୋଗୀଙ୍କୁ ବାଧା ଦେବା ପାଇଁ ଏକ ପ୍ରୟାସ।
ଟେଲର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି OpenAI ବିକ୍ରୟ ପାଇଁ ନୁହେଁ, ପ୍ରତିଯୋଗିତାକୁ ଭଣ୍ଡୁର କରିବାକୁ ଶ୍ରୀ ମସ୍କଙ୍କ ସର୍ବଶେଷ ପ୍ରୟାସକୁ ବୋର୍ଡ ସର୍ବସମ୍ମତି କ୍ରମେ ପ୍ରତ୍ୟାଖ୍ୟାନ କରିଛ।
ଓପନଏଆଇର ବୋର୍ଡ ଅଫ ଡାଇରେକ୍ଟର୍ସ ତରଫରୁ ଟେଲର କହିଛନ୍ତି ଯେ ଯେକୌଣସି ପ୍ରକାରର ପୁନର୍ଗଠନ OpenAI କୁ ଆହୁରି ମଜବୁତ କରିବ, ଯାହା ଦ୍ୱାରା AGI (ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ) ର ଲାଭ ସମସ୍ତ ମାନବିକତା ପାଖରେ ପହଞ୍ଚିପାରିବ।
ଖବର ଅନୁଯାୟୀ, ଓପନଏଆଇ ମସ୍କଙ୍କ ଓକିଲଙ୍କୁ ଏକ ଚିଠି ପଠାଇ କହିଛି ଯେ ଏହି ପ୍ରସ୍ତାବ ତାଙ୍କ ସଂଗଠନର ଉଦ୍ଦେଶ୍ୟ ସହ ମେଳ ଖାଉ ନାହିଁ।
ଏହାପୂର୍ବରୁ, ମସ୍କର AI କମ୍ପାନୀ XAI ଏବଂ କିଛି ନିବେଶକ ମିଳିତ ଭାବରେ ୯୭.୪ବିଲିୟନ ଡଲାରରେ ଓପନଏଆଇର ଅଣ-ଲାଭ ସଂଗଠନ କିଣିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଓପନଏଆଇ ବୋର୍ଡ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା।
ଓପନଏଆଇ ଓକିଲ ଆଣ୍ଡି ନସବାମ କହିଛନ୍ତି ଯେ ମସ୍କଙ୍କ ପ୍ରସ୍ତାବ ଅଣ-ଲାଭ ବ୍ୟବସାୟ ପାଇଁ ଉଚିତ ମୂଲ୍ୟ ସ୍ଥିର କରେ ନାହିଁ ଏବଂ ସଂଗଠନ ବିକ୍ରୟ ପାଇଁ ଉପଲବ୍ଧ ନୁହେଁ।
ସୂଚନାଯୋଗ୍ୟ ଯେ ମସ୍କ ଓପନଏଆଇର ସହ-ପ୍ରତିଷ୍ଠାତା ରହିଆସିଛି, କିନ୍ତୁ ବର୍ତ୍ତମାନ ସେ ଓପନଏଆଇ ଏବଂ ସାମ ଆଲଟମ୍ୟାନଙ୍କ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି। ମସ୍କ ଅଭିଯୋଗ କରିଛନ୍ତି ଯେ ଓପନଏଆଇ ପ୍ରତିଯୋଗିତା ତଥା ଠକେଇକୁ ଦମନ କରିବା ଭଳି କାର୍ଯ୍ୟରେ ନିୟୋଜିତ ଅଛି।