୮ ପଡ଼ିଆରେ ନକ୍ଆଉଟ ଫୁଟବଲ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ଟି ପଡ଼ିଆରେ ନକ୍ ଆଉଟ ଫୁଟବଲ ଖେଳ ଅନୁଷ୍ଠିତ ହୋଇଛି । ଟାଉନ ହାଇସ୍କୁଲ ପଡିଆରେ ଭିକ୍ଟୋରିୟସ କ୍ଲବ୍ ୧-୦ ଗୋଲରେ ମାଣିକେଶ୍ୱରୀ କନ୍ଧପାଲିକୁ ହରାଇଛି । ଏଠାରେ ଅତିଥି ଭାବେ ଜେଆଇଟିଏମ୍ ଅଧ୍ୟକ୍ଷ ଡ. ଅନଙ୍ଗ ନାଏକ ଓ ଜିଲ୍ଲା ପରିଷଦ କମ୍ପ୍ୟୁଟର ପ୍ରୋଗ୍ରାମର ରାଜୀବ ଲୋଚନ ନେପାକ ଯୋଗ ଦେଇଥିଲେ । କ୍ରୀଡା ସଂସଦର ଯୁଗ୍ମ ସଂପାଦକ ପଦ୍ମଚରଣ ଆ·ର୍ଯ୍ୟ ଓ ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ·ନ୍ଦ, କାଉନସିଲ ସଭ୍ୟ ଦ୍ୱାରିକା ପ୍ରସାଦ ପଣ୍ଡା ଓ ପ୍ରଭାତ କୁମାର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ଅନ୍ୟମାନେ ଖେଳ ପରି·ଳନା କରିଥିଲେ । ସେହିପରି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ କୁଶଙ୍ଗ ଟ୍ରାଇବ୍ରେକର ସଡନଡେଥରେ ରେଲୱେ ଏଫ୍ସି କୁ ହରାଇ ବିଜୟୀ ହୋଇଛି । ଏଠାରେ ଅତିଥି ଭାବେ ସୁଶ୍ରୀ ଆଇଟିଆଇ ଅଧ୍ୟକ୍ଷ ଇଂ ସନ୍ତୋଷ କୁମାର ବ୍ରହ୍ମା ଯୋଗ ଦେଇଥିଲେ । ଚୁଡାପାଲି ପଡିଆରେ ଲରମ୍ଭା ୩-୧ ଗୋଲରେ ଚୁଡାପାଲି ନବଜ୍ୟୋତିକୁ ହରାଇ ବିଜୟୀ ହୋଇଥିଲା । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ମଣିଗାଁ ୧-୦ ଗୋଲରେ ଡାଙ୍ଗବାହାଲ ଏଫ୍ସି କୁ ହରାଇ ବିଜୟୀ ହୋଇଥିଲା । ସେହିପରି ଜରାସିଂହା ମିନି ଷ୍ଟାଡିୟମରେ ତୁଷୁରା ୩-୦ ଗୋଲରେ ଅର୍ନ୍ତଲ୍ଲାକୁ ହରାଇ ବିଜୟୀ ହୋଇଥିବା ବେଳେ ଲୋଇସିଂହା ମିନି ଷ୍ଟାଡିୟମରେ ଏଚ୍ଆରଡିଏ ଖଲିଆପାଲି ୩-୨ ଗୋଲରେ ସକମାକୁ ହରାଇ ବିଜୟୀ ହୋଇଥିଲା । ବଙ୍ଗୋମୁଣ୍ଡା ପଡିଆରେ କୋଷ୍ଟାଲ ଇଲେଭେନ କଣ୍ଟାବାଞ୍ଜି ୧-୦ ଗୋଲରେ ଚଟୁଅନକା ଏପ୍ଏ କୁ ହରାଇ ବିଜୟୀ ହୋଇଥିଲା । ସେହିପରି ଖୁଜେନପାଲି ପଡିଆରେ ଜେଏସ୍ସି ଖଲିଆପାଲି ୧-୦ ଗୋଲରେ ବାଗଭାଡି କୁ ହରାଇ ବିଜୟୀ ହୋଇଥିଲା ।