ଯାଜପୁର ରୋଡ଼ ଷ୍ଟେସନରୁ ଉଠିଗଲା ପାର୍ସଲ ସୁବିଧା

 ବ୍ୟାସନଗର: ଟ୍ରେନ ମାଧ୍ୟମରେ ଦୂରଦୂରାନ୍ତକୁ ପାର୍ସଲ ସାମଗ୍ରୀ ପଠାଇବାର ବ୍ୟବସ୍ଥା କେବେ ଠାରୁ ଚାଲି ଆସୁଥିଲା । ପୂର୍ବତଟ ରେଳବାଇର ଏକ ଗୁୁରୁତ୍ୱପୂର୍ଣ୍ଣ ଷ୍ଟେସନ ଭାବେ ଯାଜପୁର ରୋଡ଼ ପରିଚିତ ରହିଆସିଥିବା ବେଳେ ଯାଜପୁର ବ୍ୟତିତ କେନ୍ଦୁଝର ଏବଂ ଅନ୍ୟାନ୍ୟ ଜିଲାର ଲୋକେ ଏଠାରୁ ଟ୍ରେନ ଯୋଗେ ପଠାଇ ଆସୁଥିଲେ । ଏଥିସହ ବ୍ୟାସନଗର ଏକ ବ୍ୟବସାୟୀ ପେଣ୍ଠସ୍ଥଳ ହୋଇଥିବାରୁ ଏଠାକାର ବ୍ୟବସାୟୀ ପାର୍ସଲ ସେବା ଉପରେ ଭରସା କରି ଆସୁଥିଲେ । କିନ୍ତୁ ଯାଜପୁର ରୋଡ଼ ରେଳ ଷ୍ଟେସନରୁ ଆଉ ବାହାରକୁ କୌଣସି ବି ସାମଗ୍ରୀ, କେହି ପାର୍ସଲ କରିପାରିବେନି । ରେଳ ବିଭାଗ ପକ୍ଷରୁ ସଦ୍ୟ ପ୍ରକାଶିତ ନୋଟିସରୁ ଏକଥା ଜଣାପଡ଼ିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ରେଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି । ମିଳିଥିବା ଖବର ମତେ ଏଠାରୁ କୌଣସି ସ୍ଥାନକୁ କିଛି ସାମଗ୍ରୀ ପାର୍ସଲ କରିବା ଉପରେ ଲାଗିଛି କଟକଣା । ଏଭଳି ଘୋଷଣା ନାନା ମୁଖ୍ୟବାଣିଜି୍ୟକ ପରିଚାଳନ ଭୁବନେଶ୍ୱଙ୍କ ପକ୍ଷରୁ କରଯାଇଛି । ଏକଥା ଜଣାପଡ଼ିବା ପରେ ଯାଜପୁର ରୋଡ଼ ରେଳଷ୍ଟେସନରୁ ବିଭିନ୍ନ ସମୟରେ ଦୁରଦୂରାନ୍ତକୁ ପଠଉଥିବା ସାମଗ୍ରୀ ଆଉ ପାର୍ସଲ କରିପାରିବେନି ଜାଣିବା ପରେ ତିିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଷ୍ଟେସନ ପରିଚାଳକଙ୍କୁ ପଚାରିବାରେ କହିଥିଲେ କି ଏଭଳି ନିଷ୍ପତି ରେଳବାଇ ବୋର୍ଡ଼ ନୁଆ ଦିଲ୍ଲୀରୁ ହୋଇଛି । ସମ୍ଭବତ ବ୍ୟବସାୟୀକଦୃଷ୍ଠି କୋଣରୁ ଏଭଳି ନିଷ୍ପତି ନିଆଯାଇଥାଇ ପାରେ ବୋଲି କହିଥିଲେ । ତେବେ ପାର୍ସଲ ବ୍ୟବସ୍ଥାକୁ ପୂର୍ବ ପରି ଚଲୁରଖିବା ପାଇ ବିଭିନ୍ନ ମହଲରୁ ଦାବି କରାଯାଇଛି ।