୮୦ବର୍ଷୀୟା ହିତାଧିକାରୀଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା 

ରାଜନଗର: ରାଜ୍ୟ ସରକାର ଚଳିତ ବର୍ଷ ଜାନୁୟାରୀ ମାସରେ ୮୦ବର୍ଷ ବୃଦ୍ଧବୃଦ୍ଧାମାନଙ୍କୁ ୧୨ଶହ ଟଙ୍କା ଭତ୍ତା ଦେବା ବଦଳରେ ୩୫ଶହ ଟଙ୍କା ଦେବାକୁ ଘୋଷଣା କଲେ । କେନ୍ଦ୍ରାପଡା ଜିଲ୍ଲାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହାର ଶୁଭାରମ୍ଭ କରିଥିଲେ । ଏହା ମଧ୍ୟରେ ତିନିମାସ ବିତିବାକୁ ବସିଲାଣି । ମାତ୍ର ଏଯାବତ୍ ୮୦ ବର୍ଷିୟା ବୃଦ୍ଧବୃଦ୍ଧା ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚôତ ହୋଇ ଅନେକ ମୃତୁ୍ୟବରଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ରାଜନଗର ବ୍ଲକରେ ଦେଖିବାକୁ ମିଳିଛି । ଏହି ବ୍ଲକର ୨୯ଟି ପଚାଂୟତରେ ୧୬ହଜାର ୯ଶହ ୧୪ଜଣ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା ପ୍ରଭୃତି ହିତାଧିକାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ରାଜ୍ୟ ସରକାର ଘୋଷଣା କରିଥିବା ୮୦ବର୍ଷରୁ ଊଦ୍ଧ୍ୱର୍ ବୃଦ୍ଧବୃଦ୍ଧା ଓ ୮୦ଶତକଡାରୁ ଊଦ୍ଧ୍ୱର୍ ଭିନ୍ନକ୍ଷମ ୧୩୬୮ଜଣ ହିତାଧିକାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୪୧ଜଣ ହିତାଧିକାରୀଙ୍କୁ ୩୫ଶହ ଲେଖାଏଁ ବର୍ଦ୍ଧିତ ଭତ୍ତା ଦିଆଯାଉଥିବାବେଳେ ଅବଶିଷ୍ଟ ୯୨୭ଜଣ ହିତାଧିକାରୀଙ୍କୁ ଏଯାବତ୍ ବର୍ଦ୍ଧିତ ଭତ୍ତା ମିଳୁନାହିଁ । ଏହା ମଧ୍ୟରେ ଅନେକ ହିତାଧିକାରୀ ବର୍ଦ୍ଧିତ ଭତ୍ତାକୁ ଅନେଇ ଅନେଇ ମୃତୁ୍ୟବରଣ କରିସାରିଲେଣି । ଏହି ବ୍ଲକ ମହିଁଷାସୁର ପଚାଂୟତ ଗୁଳୁଦିଆ ଗ୍ରାମର ମଧୁ ଦାଶ(୮୨) ଓ ସାନବଡଗୋପାଳପୁର ପଚାଂୟତ କୁଶାଇଲୋ ଗ୍ରାମର ଯଶୋଦା ବେୱା(୮୭)  ମୃତୁ୍ୟବରଣ କରିସାରିଛନ୍ତି । ଖାଲି ଏହି ଦୁଇଜଣ ନୁହଁନ୍ତି, ଏହି ମୃତ ତାଲିକା ବେଶ ଲମ୍ବା । ସରକାରଙ୍କ ଘୋଷଣା କେବଳ ଘୋଷଣାରେ ରହି ଯାଇଛି ବୋଲି ଅନେକ ହିତାଧିକାରୀ କ୍ଷୋଭର ସହିତ କହିଛନ୍ତି । ବାସ୍ତବରେ ସରକାର ଏହି ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ଦେବେ ନାଁ ସେମାନଙ୍କୁ ଠକି ଦେବେ ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।