ଆଦର୍ଶ ଶିକ୍ଷୟିତ୍ରୀ ସୀତା ମାରାଣ୍ଡିଙ୍କ ସ୍ମୃତିସଭା

 ଖଇରା  : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଜଣେ ସମାଜ ସଂସ୍କାରକ, ଆଦର୍ଶ ଶିକ୍ଷୟିତ୍ରୀ, କଳାକାର ତଥା ନାରୀନେତ୍ରୀ ସୀତା ମାରାଣ୍ଡି(୪୯)ଙ୍କ ଉଦେ୍ଦଶ୍ୟରେ ଏକ ସ୍ମୃତିସଭା ତାଙ୍କ ଜନ୍ମିତ ଅଲିପୁରଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଶ୍ୟାମରାଈ ସଂସ୍କୃତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତିସଭାରେ ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ)ର ସଭାପତି ସୁଶାନ୍ତ କୁମାର ମହାପାତ୍ର, ବାଲୁକେଶ୍ୱର କ୍ରୀଡା ଓ ସାଂସ୍କୃତିକ ସଂଗଠନର ସଭାପତି ମଳୟ ପାତ୍ର, ଅଲିପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦର୍ଶନ ସ୍ୱାଇଁ, ଶ୍ୟାମରାଈ ସଂସ୍କୃତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାସ୍କର ପୃଷ୍ଟି, ସହକାରୀ ଶିକ୍ଷକ ନିରଞ୍ଜନ ସାମଲ, ସାମ୍ବାଦିକ ଛାୟାକାନ୍ତ ମହାନ୍ତି ଓ ଉକ୍ରଳବନ୍ଧୁ ପଣ୍ଡା, ଶିକ୍ଷକ ସମ୍ଭୁନାଥ ମାଝୀ, ମିତାଲି ପୂର୍ତ୍ତି ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଶିକ୍ଷୟିତ୍ରୀଙ୍କ ସଂଘର୍ଷମୟ ଜୀବନି ଉପରେ ଆଲୋକପାତ କରିଥିଲେ । ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଅଧ୍ୟାପକ ଉମାକାନ୍ତ ନାୟକ ଓ ଆଲୋକ ପଣ୍ଡା ପ୍ରମୁଖ ସୀତାଙ୍କ ବାସଭବନରେ ପହଞ୍ଚô ଫଟୋଚିତ୍ରରେ ପୂଷ୍ପମାଲ୍ୟ ପ୍ରଦାନ କରିବା ସହ ସାନ୍ତ୍ୱନା ପ୍ରଦାନ କରିଥିଲେ ।