ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ 


ାା ପ୍ରଭାନୁ୍ୟଜ ।ା ସିଂହପୁର : ବିଞ୍ଝାରପୁର ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ଆନୁକୂଲ୍ୟରେ ଆଜି ବରୁଣେଶ୍ୱର ପୀଠ ସଂଲଗ୍ନ ଭାରତ ମାତା ସେବା ମଣ୍ଡପ ନାମମନ୍ଦିର ପରିସରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଓ ବିଶ୍ୱହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଞ୍ଝାରପୁର ବିଶ୍ୱହିନ୍ଦୁ ପରିଷଦର ସଭାପତି ଡ.ଭାଗ୍ୟରଥି ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗଜେନ୍ଦ୍ର କୁମାର ଧଳ, ସଚଚ୍ଚିଦାନନ୍ଦ ଦାସ ମହାରାଜ,ସମ୍ପାଦକ ଜ୍ୟୋତିପ୍ରକାଶ ନାୟକ, ଜିଲା ସଭାପତି ସମୀର କୁମାର ନାୟକ, ସହସମ୍ପାଦକ ବିଶ୍ୱଜିତ୍ ବିନ୍ଧାଣି ପ୍ରମୁଖ ଯୋଗଦେଇ ହିନ୍ଦୁ ସୁରକ୍ଷା, ଗୋମାତା ସୁରକ୍ଷା ଆଦି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳନ କରାଯାଇଥିଲା ।