ମୁଖ୍ୟ ରାସ୍ତାରେ "କଲଭର୍ଟ' ଜନ ଅସନ୍ତୋଷ
ଜଟଣୀ : ସହରର ଜନଗହଳି ପୂର୍ଣ୍ଣ ମୁଖ୍ୟ ଛକ ହରିଭାଇନା ଛକ, ଏହି ଛକ ସହରର ଚାରି ଦିଗରୁ ଆସିଥିବା ରାସ୍ତାର ସଂଯୋଗ ସ୍ଥଳ । ଏହା ମଧ୍ୟ ଖୋର୍ଦ୍ଧା ଠାରୁ ପିପିଲିକୁ ସଂଯୋଗ କରୁଥିବା ଏକ ମୁଖ୍ୟ ରାସ୍ତା ଅଟେ । ତତ ସଙ୍ଗେ ହରିଭାଇନା ଛକରୁ ଜଟଣୀ ଗେଟ ଦେଇ ରାଜ୍ୟ ରାଜପଥ ସଂଯୋଗ କରୁଥିବା ଏକ ମୁଖ୍ୟ ରାସ୍ତା ଅଟେ । କିନ୍ତୁ ହରିଭାଇନା ଛକର ମଧ୍ୟଭାଗାରେ ପ୍ରଶାସନ ଦ୍ୱାରା ବାରମ୍ବାର ଗୋଟିଏ ପରେ ଗୋଟିଏ କାର୍ଯ୍ୟ ହେବା ଦ୍ୱାରା ସକାଳ ସନ୍ଧ୍ୟା ଟ୍ରାଫିକ ସମସ୍ୟା ଦେଖାଯାଏ । ବର୍ତ୍ତମାନର ପୂର୍ତ୍ତ ବିଭାଗର ସହରର ମୁଖ୍ୟ ରାସ୍ତାର ମଝିରେ ଏକ ପାଣିର ନିଷ୍କାସନ ପାଇଁ"କଲଭର୍ଟ" ନିର୍ମାଣକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ସୂଚନା ମୁତାବକ ଆଜକୁ ଦୀର୍ଘ ୩ ମାସ ହେବ ମୁଖ୍ୟରାସ୍ତା ମଝିରେ ଠିକାଦାରର ମନମୁଖୀ "କଲଭର୍ଟ' ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ମାନେ ଏହା ଏକ ଚାରିଛକ ହୋଇଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ଘଟିଥିଲେ ହେଁ ଏଥିପ୍ରତି ପ୍ରଶାସନର କୌଣସି ନିଘା ନାହିଁ । ଛକର ଏକ କୋଣରେ ବିଗତ କରୋନା ମହାମାରୀ ସମୟରେ ଟ୍ରାଫିକ ପୋଷ୍ଟ ନିର୍ମାଣ କରି ଟ୍ରାଫିକ ପୁଲିସର ନିୟୋଜିତ ପାଇଁ ଭୁଲିଗଲେ ପ୍ରଶାସନ । ସନ୍ଧ୍ୟା ହେଲେ ପୁଲିସ ପ୍ରଶାସନ ପକ୍ଷରୁ ଦୁଇଟି ହାବିଲଦାର ନିୟୋଜିତ କରି ନିଜର ଦାୟିତ୍ୱ ତୁଲାଇଥାନ୍ତି । ଏଠି ପ୍ରଶାସନ, ଠିକାଦାର ଏବଂ ନେତା ଏକାକାର, କେବଳ ନିରୀହ ଜନତାଙ୍କ ଟିକସ ଅର୍ଥକୁ ହଡପ କରିବାରେ ବ୍ୟସ୍ତ ।