ରାସ୍ତା ଶୋଚନୀୟ... ଆଣ୍ଠୁଏ କାଦୁଅରେ ପଶି ଯାଉଛନ୍ତି ବସଷ୍ଟାଣ୍ଡ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବସଷ୍ଟାଣ୍ଡ ଯିବା ରାସ୍ତାର ଦୃଶ୍ୟ ଅତି ଶୋଚନୀୟ । ରାସ୍ତାରେ ଆଣ୍ଠୁଏ କାଦୁଅ । ବସ ସାଙ୍ଗକୁ ଖଡିଆଳ ପବ୍ଲିକ ସ୍କୁଲ ଆସିବାପାଇଁ ଛାତ୍ରଛାତ୍ରୀଙ୍କ ନିତିଦିନିଆ ଯିବା ଆସିବା ରାସ୍ତା ବର୍ଷ ବର୍ଷ ଧରି ମରାମତି ହେଉ ନଥିବା ଅଭିଯୋଗ ହୋଇ ଆସୁଛି । ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଏହା ପ୍ରତି ଦୃଷ୍ଟି ନାହିଁ । ବଡ଼ ଗାତ ହୋଇଗଲେ କିଛି ମୁରୁମ୍ ମାଟି ପକାଇ ଦେଉଛନ୍ତି କିଛି ଦିନ ପରେ ରାସ୍ତାର ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଶୀଘ୍ର ରାସ୍ତା କାମ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାପାଇଁ ସହରବାସୀ ଦାବି କରିଛନ୍ତି । ଶୀଘ୍ର ରାସ୍ତା ନିର୍ମାଣ ପ୍ରସ୍ତାବ ଦେଇ ସ୍ଥାୟୀ ପିଚୁ ରାସ୍ତା କରାଯିବ ବୋଲି ଏନ୍ଏସି ସିଇଓ. ସ୍ୱାଧିନ କେତନ ମହାରଣା ପ୍ରକାଶ କରିଥିଲେ ।