ଅଙ୍ଗନବାଡି କର୍ମୀଙ୍କ ଦକ୍ଷତା ତାଲିମ ଶିବିର
କାକଟପୁର : ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାକଟପୁର ବ୍ଲକ ଅଧିକାରିଣୀ ମେରୀ ମାଇକେଲ ଖେସଙ୍କ ଅଧ୍ୟକ୍ଷତାରେ ଖୁଣ୍ଟିଆ କନଭେସନ୍ ସଭାଗୃହରେ ୩ ଦିନଧରି ଚାଲିବାକୁ ଥିବା ଦକ୍ଷତା ବୃଦ୍ଧି, ପୋଷଣ ଭି ପଢାଇ ଭି ତାଲିମ ଶିବିରକୁ ବ୍ଲକ୍ ଅଧ୍ୟକ୍ଷ ଶ୍ରୀଧର ନାୟକ ପ୍ରଦିପ ଉଦ୍ଘାଟନ କରିଥିଲେ । ସୁପରଭାଇଜର କବିତା ଦେଇ, ରାଜଲକ୍ଷ୍ମୀ ଦେଇ, ମମତା ପତି, ଦୀପ୍ତିମୟୀ ବିଶ୍ୱାଳ, ସୁପ୍ତି ସୁଦିପ୍ତା ଆଚାର୍ଯ୍ୟ, ପ୍ରତିମା ମହାନ୍ତି ପ୍ରମୁଖ ଉପସ୍ଥିତ ଅଙ୍ଗନବାଡି କର୍ମୀଙ୍କୁ ପୃଷ୍ଟିର ମୌଳିକତା, ଆଇୱାଇସିଏଫ, ମାଇକ୍ରୋ ନୁ୍ୟଟ୍ରିଏଣ୍ଟ କାର୍ଯ୍ୟକ୍ରମ, ସାମାଜିକ ବ୍ୟବହାର ପରିବର୍ତ୍ତନ, ସ୍ୱଚ୍ଛତା ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ହସ୍ତକ୍ଷେପ, ମହିଳାଙ୍କ ଖାଦ୍ୟପେୟ ପୋଷଣ ଅଭିଜାନ ଭଳି ୧୨ଟି ବିଷୟ ଉପରେ ପ୍ରଶିକ୍ଷଣ ଦେଇଥିଲେ ।ପୋଷଣ ବ୍ଳକ ସଂଯୋଜକ ଅକ୍ଷୟ ବେ?ହେରା,ବ୍ଳକ ପ୍ରକଳ୍ପ ସଂଯୋଜକ ଉପେନ୍ଦ୍ର ବେହେରା, ମମତା ପୋଗ୍ରାମ ଆସିଷ୍ଟାଣ୍ଡ ବିଶ୍ୱରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ।