ସାଧନକେନ୍ଦ୍ର ସ୍ତରୀୟ ଏମସିଏମ ବୈଠକ
ବନ୍ତ: ବନ୍ତ ବ୍ଲକ ଗଣିଜାଙ୍ଗ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଏମସିଏମର ନବମ ବୈଠକ ବୃନ୍ଦାବନପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଧନକେନ୍ଦ୍ର କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଗରପଡାର ବରିଷ୍ଠ ପ୍ରଶିକ୍ଷକ ମଧୁସ୍ମିତା ତ୍ରିପାଠୀ, ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ଅତିଥି ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂବକ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଏହି ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ରଞ୍ଜନ କୁମାର ମୁଣ୍ଡା, ଉର୍ମିଳା ପଣ୍ଡା, ଗଗନ ଦାଶ, ସତ୍ୟବ୍ରତ ଦେହୁରୀ, ଅହଲ୍ୟା ସିଂ, ଗଗନ ବିହାରୀ ଦାସ, ରବୀନ୍ଦ୍ର କୁମାର ଜେନା, ପ୍ରତାପ ଚନ୍ଦ୍ର ମହାପାତ୍ର, ଶିବା ନନ୍ଦ ନାୟକ, ଜୋସ୍ନା ରାଣୀ ଜେନା ପ୍ରମୁଖ ପ୍ରଧାନଶିକ୍ଷକ ଯୋଗଦେଇଥିବା ବେଳେ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ ଉସôଗ୍ରୀ କୃତ ଶିକ୍ଷକ ମମତା ମହାନ୍ତି, ସୋମନାଥ ଧଳ, ଟୁଟୁ କୁମାର ପାଳ, ରମାକାନ୍ତ ବେହେରା, ଶଶୀରେଖା ନାୟକ, ଜୋସ୍ନା ରାଣୀ ବେହେରା, କଳ୍ପନା ଦାଶ, କୌଶଲ୍ୟା ବେହେରା, ବଳରାମ ସେଠି, ବାସନ୍ତୀ ଟୁଡୁ, ନିର୍ମଳା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀ ପିଲାଙ୍କ ଭାଷା ଓ ଗଣିତ ଶିକ୍ଷା ଉପରେ କିପରି ଦକ୍ଷତା ବୃଦ୍ଧି ପାଇବ ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ।