ୱାକ୍ଫ ଆଇନକୁ ବିରୋଧ କରି ପ୍ରତିବାଦ
କାକଟପୁର : କାକଟପୁରରେ ୱାକଫ୍ ଆଇନ ପ୍ରତ୍ୟାହାର ଦାବି ନେଇ ନିମାପଡା ଏସଡିପିଓ, କାକଟପୁର ଥାନା ଆଇଆଇସିଙ୍କ ମାଧ୍ୟମରେ ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ହିନ୍ଦୁ ମୁସଲିମ୍ ଏକତା ସମାଜ, କାକଟପୁରର ଆହ୍ୱାନକ୍ରମେ ଭଣ୍ଡାଘର ବଙ୍ଗଳାଠାରେ ଆଖପାଖ ଗ୍ରାମର ୧୨ଶହରୁ ଉର୍ଦ୍ଧ ମୁସଲିମ୍, ହିନ୍ଦୁ ଯୁବକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ଙ୍କୁ ନେଇ ଏକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ସମସ୍ତେ ୱକଫ୍ ଆଇନ୍ ୨୦୨୫କୁ ଏକ କଳା ଆଇନ୍ ଆକ୍ଷେପ କରି ମୁଣ୍ଡରେ କଳା ପଟି ବାନ୍ଧି ଜାତୀୟ ପତାକା ହାତରେ ଧରି ଏହାର ବିରୋଧ ପ୍ରଦର୍ଶନ କରିଥିଲେ ।ଏହି ଶୋଭାଯାତ୍ରା ରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ର ରାଜ୍ୟ ସଭାପତି ମନୁୱର୍ ଅଲ୍ଲି, ହିନ୍ଦୁ ମୁସିଲିମ ଏକତା ସମାଜର ସଭାପତି ସେହଜାଦା କୁରେଶି ଓ ସମ୍ପାଦକ ମୁସ୍ତାକ ଖାଁ ଏବଂ କାର୍ଯ୍ୟକାରି ସଭାପତି ଅତିକୁର ରେହେମନ୍ ପ୍ରମୁଖ ଯୋଗଦେଇ ଶୋଭାଯାତ୍ରାକୁ ଶାନ୍ତି ପୂର୍ଣ୍ଣ ଭାବେ ସଫଳ କରିଛନ୍ତି ।