ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ଦାବିପତ୍ର
ମାଲକାନଗିରି : ଭାରତୀୟ ଉକ୍ସଦୁର ସଂଘ ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡିଜ୍ ବାର୍କର ଆସୋସିଏସନ ମାଲକାନଗିରି ଜିଲ୍ଲା ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ସମ୍ପୃର୍ଣ ପୃଷ୍ଟି ଯୋଜନାରେ କିଶୋରୀ ୧୫ ରୁ ୧୯ ମାନଙ୍କୁ ୩୦୦ ଦିନ ଘରକୁ ନେବା ଖାଦ୍ୟ ବଣ୍ଟନ କରାଯିବାର ନିଦେ୍ର୍ଦଶ ରହିଛି । ଏହି ନିଦେ୍ର୍ଦଶ ଅନୁଯାୟୀ ୧୬ଟି ଅଣ୍ଡା ବଣ୍ଟନ କରିବାର ମଧ୍ୟ ନିଦେ୍ର୍ଦଶ ରହିଛି । ତେବେ ବର୍ତମାନ ବଜାର ଦର ଅଣ୍ଡା ପ୍ରତି ୮ ଟଙ୍କା ହେଉଥିବା ବେଳେ ୨୦୧୮ ମସିହାର ପରିପୁରକ ଯୋଜନାର ନିର୍ଦ୍ଧାରିତ ମୁଲ୍ୟ ଅଣ୍ଡା ପ୍ରତି ୫ଟଙ୍କା ଅନୁସାରେ ବଣ୍ଟନ ଓ ରନ୍ଧନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ଯାହାକି ଗୋଟିଏ କର୍ମୀ କାର୍ଯ୍ୟ କରିବାରେ ଅସୁବିଧା ଭୋଗ କରୁଅଛୁ । ଏ ସମ୍ବନ୍ଧରେ ବାରମ୍ବାର ଅଭିଯୋଗ ମଧ୍ୟ କରାଯାଇଛି । ଏ ସମ୍ବନ୍ଧରେ ମାତୃ କମିଟି, ୱାର୍ଡମେମ୍ବର, କାଉନସିଲର, ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ କରି ସରକାରଙ୍କ ନିର୍ଦ୍ଧାରିତ ମୁଲ୍ୟ ଓ ବଜାର ମୁଲ୍ୟକୁ ତର୍ଜମା କରି ତିନୋଟି ଦାବି ଉପସ୍ଥାପନ କରାଯାଇଛି । ଉକ୍ତ ଦାବି ଗୁଡିକ ମଧ୍ୟରେ କିଶୋରୀ ମାନଙ୍କୁ ୧୬ଟି ପରିବଛ୍ଳେ ୧୦ଟି ଅଣ୍ଡା ବଂଟନ, ଗର୍ଭବତୀ, ପ୍ରସୁତି, ୬ ମାସରୁ ୩ବର୍ଷ ଶିଶୁଙ୍କୁ ୧୨ଟି ପରିବର୍ତ୍ତନ ୮ଟି ଅଣ୍ଡା ବଣ୍ଟନ, ପ୍ରାକ ବିଦ୍ୟାଳୟର ଶିଶୁଙ୍କ ନିମନ୍ତେ ୫ଦିନ ପରିବେର୍ତ୍ତ ବୁଧବାର, ଶୁକ୍ରବାର, ଶନିବାର ଅଣ୍ଡା ତରକାରୀ,ସୋମବାର ଗୁରୁବାର ଡାଲମା, ମଙ୍ଗଳବାର ସୟାବିନ ତରକାରୀ ଏବଂ ଅଣ୍ଡା ଦର ବଜାରରେ ହ୍ରାସ ପାଇଲେ ପୁନଃ ଏହିଭଳି ବୈଠକ କରି ମେନୁ ଧାର୍ଯ୍ୟ କରାଯିବ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛିା ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ଲଖ୍ମୀ ମାଡି, ସମ୍ପାଦୀକା ରେବା ବିଶ୍ୱାସ, କୋଷାଧ୍ୟକ୍ଷା ସବିତା ଦେଇଙ୍କ ସହ ଅନ୍ୟାନ୍ୟ ଅଙ୍ଗନବାଡି କର୍ମୀ ଓ ସଦସ୍ୟା ମାନେ ଉପସ୍ଥିତ ଥିଲୋ