ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର 

 ଯାଜପୁର ଟାଉନ: ମଙ୍ଗଳବାର ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଅଙ୍ଗନବାଡି କର୍ମୀ ଓ ସହକର୍ମୀଙ୍କ ସମସ୍ୟା ସଂପର୍କରେ ଅବଗତ କରାଯାଇଛି । ଦୀର୍ଘ ୫୦ବର୍ଷ ଧରି ସ୍କିମ୍ ୱାର୍କର୍ସ ନାମରେ ଅଙ୍ଗନବାଡି କର୍ମୀ ଓ ସହକର୍ମିୀମାନେ କାର୍ଯ୍ୟ କରି ଆସୁଥିବା ବେଳେ ପ୍ରୋଜେକ୍ଟକୁ ଉଚ୍ଛେଦ କରି ନୂତନ ନିୟମ ପ୍ରଣୟନ କରି ସ୍ଥାୟୀ କରାଯିବା, ସୁପରଭାଇଜର ପଦବୀରେ ବରିଷ୍ଠତା ଭିତିରେ କର୍ମୀଙ୍କୁ ଶତ ପ୍ରତିଶତ ପଦୋନ୍ନତି କରାଯିବା ସେ ପର୍ଯ୍ୟନ୍ତ କର୍ମୀମାନଙ୍କୁ ୧୮ହଜାର ଟଙ୍କା ପ୍ରଦାନ, ଅଭିଜ୍ଞତାକୁ ନେଇ ପ୍ରତ୍ୟେକ ବର୍ଷ ଅଙ୍ଗନବାର୍ଡି କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ଗତ ନିର୍ବାଚନ ସମୟରେ ଇସ୍ତାହାରରେ ଉଲ୍ଲେଖ କରିଥିବା ବର୍ଦ୍ଧିତ ସହାୟତା ରାଶିକୁ ସଂଗଠନ ସହିତ ଆଲୋଚନ କରି ତୁରନ୍ତ ଲାଗୁ କରିବା, ଗତ୨୦୧୮ମସିହାରୁ ଆଜି ପର୍ଯ୍ୟନ୍ତ ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି କରାଯାଇ ସଂଶୋଧନ କରାଯିବା, ୨୦୨୧ରୁ ଅବସରକାଳୀନ ସହାୟତା ରାଶି ପ୍ରଦାନ କରିବା, ଗାଁ କଲ୍ୟାଣ ସମିତିର ଅଙ୍ଗନୱାର୍ଡି କର୍ମୀଙ୍କୁ ବାଦ୍ ଦିଆଯିବା, ମାତୃବନ୍ଦନା ଯୋଜନାର ପ୍ରୋତ୍ସାହନ ରାଶି ୫ଶହ ଟଙ୍କା ବୃଦ୍ଧି କରାଯିବା ଓ ସମସ୍ତ କାର୍ଯ୍ୟକୁ ଠିକ୍ ଭାବେ କରିବା ପାଇଁ ୫-ଜି ମୋବାଇଲ ସହିତ ନେଟ୍ ପ୍ୟାକ୍ ବାବଦକୁ ବାର୍ଷିକ ୪ହଜାର ଟଙ୍କା ପ୍ରଦାନ କରିବା ଆଦି ଦାବି ପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।