ନାବାଳିକାକୁ ଅସଦାଚରଣ ଅଭିଯୋଗ

 ବିଞ୍ଝାରପୁର :  ଥାନା ଅନ୍ତର୍ଗତ ଗୁହାଳି ଗ୍ରାମରେ ୯ ବର୍ଷୀୟ ନାବାଳିକାକୁ ୫୫ ବୟସ୍କ ବୃଦ୍ଧର ଦୁଷ୍କର୍ମ ଉଦ୍ୟମ କରୁଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗ୍ରାମର ଜଣେ ୯ ବର୍ଷୀୟା ନାବାଳିକା ନିଜ ସାନଭଉଣୀ ସହିତ ଯାଉଥିବା ବେଳେ ଏକୁଟିଆ ପାଇ ସେହି ଗ୍ରାମର ନରହରି ଯେନା ତା ସହିତ ଅସଦ ଆଚରଣ ଏବଂ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ ନାବାଳିକାର କାନ୍ଦ ଶୁଣି ନାବାଳିକାର ଜେଜେ ମାଆ ଏହାକୁ ବିରୋଧ କରିବାରୁ ନରହରି ଝିଅର ଜେଜେମାକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ବିଞ୍ଝାରପୁର ଥାନାରେ ନାବାଳିକାର ପରିବାର ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ବିଞ୍ଝାରପୁର ପୁଲିସ ।