ଅଚୁ୍ୟତାନନ୍ଦଙ୍କ ବିୟୋଗରେ ଶୋକ

  ବ୍ୟାସନଗର : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍ ପାଲଟିବୁ୍ୟରୋ ସଦସ୍ୟ କମ୍ରେଡ ଭିଏସ ଅଚୁ୍ୟତାନନ୍ଦନଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସିପିଏମ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥୀ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଶ୍ରଦ୍ଧାଞ୍ଜଳି ସଭାରେ ପନି କିସ୍କୋ, ମାଳତୀ ହାଁସଦା, ଗୁରୁବାରୀ ଲାଗୁରୀ, ସନ୍ତୋଷ କୁମାର ପୃଷ୍ଟି, ବିଦ୍ୟାଧର ବେହେରା, ମନ୍ମଥ ରାୟ, ରାଜେନ୍ଦ୍ର ସ୍ୱାଇଁ, ସନ୍ତୋଷ ବରାଳ ପ୍ରମୁଖ ବକ୍ତବ୍ୟ ରଖିବା ସହ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ସିପିଆଇଏମ ଯାଜପୁର ରୋଡ଼ ଆଂଚଳିକ କମିଟି ପକ୍ଷରୁ ପାର୍ଟି ପତାକାକୁ ଅର୍ଦ୍ଧନମିତ କରି ଶୋକ ପ୍ରକାଶ ପୂର୍ବକ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।