ଜୀବନ୍ତଙ୍କୁ ମୃତୁ୍ୟ ଦର୍ଶାଇଲା ପ୍ରଶାସନ : ‘ ସୁଭଦ୍ରା’ରୁ ବାଦ୍ ପଡିଲେ ହିତାଧିକାରୀ
ପାପଡାହାଣ୍ଡି: ପ୍ରଶାସନର ଅବହେଳା ଯୋଗୁଁ ଜୀବନ୍ତ ମହିଳା କାଗଜପତ୍ରରେ ମୁତୁ୍ୟ ବୋଲି ଘୋଷଣା ହୋଇଛି । ଯାହାଫଳରେ ହିତାଧିକାରୀ ଜଣଙ୍କ ସୁଭଦ୍ରାରୁ ବଞ୍ଚôତ ହୋଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତର କଳାଭାଟି ଗୁଡାର କ୍ଷୀର ମାଝୀଙ୍କ ନିକଟରେ । ସୂଚନା ଅନୁସାରେ, କଳାଭାଟିଗୁଡାରେ ଟିକେଶ୍ୱର ମାଝୀ ଓ ତାଙ୍କ ସ୍ତ୍ରୀ କ୍ଷୀର ମାଝୀ ରହୁଛନ୍ତି । ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତିକରଣ କରିବା ଉଦେ୍ଦଶ୍ୟରେ ବର୍ଷକୁ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରୁଛନ୍ତି । କିନ୍ତୁ ପ୍ରଶାସନର ଅବହେଳା କିମ୍ବା ଦାୟିତ୍ୱହୀନ ପାଇଁ କ୍ଷୀର ଗୋଟିଏ ଥର ୨୪ନଭେମ୍ବର ୨୦୨୪ରେ ଗୋଟିଏ କିସ୍ତି ୫୦୦୦ହଜାର ଟଙ୍କା ପାଇଥିବାବେଳେ ବର୍ତ୍ତମାନ ସୁଭଦ୍ରା ପୋର୍ଟାଲରେ ମୃତୁ୍ୟ ହୋଇଥିôବା ଦର୍ଶାଇ ତାଙ୍କର ଫର୍ମଟି ରିଜେକ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଜଣେ ବିଞ୍ଚିଥିବା ମହିଳା କିଭଳି ସୁଭଦ୍ରା ପୋର୍ଟାଲରେ ମରି ଯାଇଛନ୍ତି ତାହା ଜାଣିବା ପାଇଁ ଆମେ ପାପଡାହାଣ୍ଡି ସିଡିପିଓ ଏସ ଗୀତା ଙ୍କୁ ଯୋଗାଯୋଗ କରିଥିଲୁ ସେ କହିଥିଲେ ଯେ ତୁରନ୍ତ ଆମେ ତଦନ୍ତ କରି ସୁଧାରି ନେବୁ ବୋଲି । ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ବଞ୍ଚିଥିବା କ୍ଷୀରକୁ କାଗଜ ପତ୍ରରେ ସଠିକ କରିବାକୁ ପରିବାର ଲୋକ ନିବେଦନ କରିଛନ୍ତି । ପ୍ରଶ୍ନ ଉଠୁଛି ଏଭଳି ଅମାନୁଷିକ କାର୍ଯ୍ୟକରିଥିବା ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଆଲୋଚନା ହୋଇଛି ।