ଅଞ୍ଜନା ସାହିତ୍ୟ ସଂସଦ କବିତା ପାଠୋତ୍ସବ

 ଖୋର୍ଦ୍ଧା : ମା' ଅଞ୍ଜନା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସୋମବାର ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ଏକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ଆଦର୍ଶ କ୍ଲବ ପରିସରରେ ଆୟୋଜିତ କବିତା ପାଠରେ ସଭାନେତ୍ରୀ ବାସନ୍ତୀ ପ୍ରଧାନ ପୌରୋହିତ୍ୟ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେବା ସହ ଆବାହନୀ ସଙ୍ଗୀତ ଗାନ କରିଥିଲେ । ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଓ ପ୍ରଭୁ ବଜରଙ୍ଗବାଲୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଗାୟକ ବସନ୍ତ ଦାସ ମଙ୍ଗଳା ଚରଣ ପାଠ ଓ କବି ରାମଚନ୍ଦ୍ର ବେହେରା ହନୁମାନ ଚାଳିଶା ପାଠ କରିଥିଲେ । ପଣ୍ଡିତ ଦୀନବନ୍ଧୁ ଦାଶ ମନ୍ତ୍ର?ଚ୍ଚାରାଣ ସହ ପଣାକୁ ନୈବେଦ୍ୟ ଭାବେ ପ୍ରଭୁଙ୍କୁ ସମର୍ପଣ କରିଥିଲେ । ଏଥିରେ ବିଶିଷ୍ଟ ରସାୟନବିଜ୍ଞାନୀ ପ୍ରଫେସର ଡ. ହରି ପ୍ରସାଦ ଦାସ ମୁଖ୍ୟଅତିଥି, ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ ମୁଖ୍ୟବକ୍ତା ଓ କବିକେତନ ଗୌରଚରଣ ସାମନ୍ତସିଂହାର ସମ୍ମାନିତଅତିଥି ଭାବେ ଯୋଗଦେଇଥିଲେ । ଓଡ଼ିଆ ନବବର୍ଷ, ହନୁମାନଙ୍କ ଜୟନ୍ତୀ ଓ ଭାରତୀୟ ସମ୍ବିଧାନ ପ୍ରଣେତା ଡ. ବି.ଆର ଆମ୍ବେଦକରଙ୍କ ପୁଣ୍ୟ ଜନ୍ମତିଥି ହୋଇଥିବାରୁ ଏହି  ଅପୂର୍ବ ଦିନଟିକୁ "ତ୍ରିବେଣୀ ସଙ୍ଗମ’ର ଆଖ୍ୟା ଦିଆଯାଇପାରେ ବୋଲି ମତବ୍ୟକ୍ତ କରିଥିଲେ । କବିତା ପାଠରେ ପୂର୍ବତନ ପ୍ରଶାସିକା ସଙ୍ଘମିତ୍ରା ରଥ, ଶିକ୍ଷକ ବିଜୟ ପ୍ରଧାନ, ପ୍ରଧାନଶିକ୍ଷକ ଦିବାକର ସାହୁ, ଶିକ୍ଷାବିତ ପତିତ ପାବନ ବଳବନ୍ତରାୟ, ଇଂ. ରାମମାନସ ପଣ୍ଡା, ସମାଜସେବୀ ପ୍ରଶାନ୍ତ ବାରିକ, ଅଶ୍ୱିନୀ ପଟ୍ଟନାୟକ, ଶରତ ଚନ୍ଦ୍ର ଚମ୍ପତ୍ତି, ରାଜକିଶୋର ସାହୁ, ରାମ ଚନ୍ଦ୍ର ସାହୁ, ଶରତ ମିଶ୍ର, ବିଜୟ ମହାନ୍ତି, ମୋନାଲିସା ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଗାୟକ ହରିହର ମହାପାତ୍ର ଉଦ୍ୟାପନୀ ସଙ୍ଗୀତ ଓ ସବିତା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।