ଅଡୁଆରେ ବବି ଦାସ
ଭୁବନେଶ୍ୱର : କୋମନା ଦାୟିତ୍ୱରେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ । କଳେବଳେ ସେ ବିଜେଡ଼ିକୁ ମଜବୁତ୍ କରିବାର ପ୍ରୟାସ ବି କରୁଛନ୍ତି । ତେବେ ଜିତୁ ଆଡ଼ବଙ୍ଗ ନାମକ ଜଣେ ବ୍ୟକ୍ତି ତାଙ୍କ ନାମରେ ଆଜି ସଂଗୀନ ଅଭିଯୋଗ ଆଣି ଏତଲା ଦେଇଛନ୍ତି । ଜିତୁ ଆଡବଙ୍ଗ ବୋଲି ଜଣେ ବ୍ୟକ୍ତି ଆଗରୁ ବିଜେଡିରେ କର୍ମକର୍ତ୍ତା ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ କିଛିଦିନ ହେଲା ସେ ବିଜେପିରେ ଯୋଗଦାନ କରିଥିଲେ । ବିଜେଡିର ବରିଷ୍ଠ ନେତା ବବି ଦାସ ଏବେ କୋମନାରେ ଡେରା ପକାଇଛନ୍ତି । ମନୋଜ ମିଶ୍ରଙ୍କ ଫାର୍ମ ହାଉସ ପାଲଟିଛି ବିଜେଡ଼ିର ୱାର ରୁମ୍ । ଜିତୁଙ୍କ ଅଭିଯୋଗ ଅନୁଯାୟୀ, ସେ ବିଜେଡ଼ି ଛାଡ଼ି ବିଜେପିରେ ମିଶିବା ଖବର ପାଇଲା ପରେ ତାଙ୍କୁ ଅପହରଣ କରି କୋମନା ସ୍ଥିତ ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ନିର୍ଯାତନା ଦିଆଯାଇଥିଲା । ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଜିତୁ ଆଦବଙ୍ଗକୁ ଉଦ୍ଧାର କରିଥିଲେ ।
ଜଣେ ବିଜେପି ସମର୍ଥକଙ୍କୁ ବିଜେଡି ନେତାମାନେ ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ନେଇ ଥାନାରେ ଲିଖତ ଏତଲା ଦେଇଛନ୍ତି ଅଭିଯୋଗକାରୀ । ଏନେଇ ଭାରତୀୟ ନ୍ୟାୟ ସହିଂତା ଅନୁଯାୟୀ ଧାରା ୨୯୬, ୩୫୧(୨), (୩), (୫), ୧୨୬(୨), ୧୧୫(୨) ରେ ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି ।