ଅଧା ରହିଗଲା ଜଗା ଦର୍ଶନ : ଦୁର୍ଘଟଣାରେ ଦୁଇ ମୃତ  

ଅଧା ରହିଗଲା ଜଗା ଦର୍ଶନ : ଦୁର୍ଘଟଣାରେ ଦୁଇ ମୃତ  

ଭୁବନେଶ୍ୱର : ଅଧା ରହିଗଲା ଜଗା ଦର୍ଶନ । ଭୁବନେଶ୍ୱର ବରଗଡ଼ ଥାନା ବିଜେପି ନଗରରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା । ଡ଼ିଭାଇଡରରେ ପିଟି ହୋଇ ଦୁଇ ମୃତ୍ୟୁ । 

     

   ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଧୀନ ଶ୍ରୀଦେବୀ ଛକରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପ୍ରୀତିରଞ୍ଜନ ଜେନା (୧୮) ଓ ଶୁଭମ ନାୟକ (୧୭ ) । ମୃତ ଯୁବକଙ୍କ ଘର ନୟାଗଡ଼ ହୋଇଥିବା ବେଳେ ସେମାନେ ବିଜେଇଏମ୍‌ ସ୍କୁଲ ନିକଟରେ ଥିବା ବସ୍ତିରେ ରହୁଥିଲେ । ବାଇକ ଯୋଗେ ସେମାନେ ଜଗାଦର୍ଶନ ପାଇଁ ପୁରୀ ବାହାରିଥିଲେ । ଉଭୟ ଘରୁ ବାହାରିବା ବେଳେ ଦ୍ରୁତ ଗତିରେ ଯାଉଥିଲେ । ଏହି ସମୟରେ ରାସ୍ତାରେ ଥିବା ଏକ ଡିଭାଇଡରରେ ପିଟି ହୋଇଥିଲେ । ଉଭୟଙ୍କୁ ହସ୍ପିଟାଲକୁ ନେବା ବାଟରେ ହିଁ ଦୁହିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଯାଇଛି ଉତ୍ତେଜନା । ଘଟଣା ସ୍ଥଳରେ ବରଗଡ଼ ପୁଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି ।