ଅଧିକାରୀ ନାହାଁନ୍ତି ଦେଖିବାକୁ, ଫାଇଦା ଉଠାଉଛନ୍ତି ଠିକାଦାର
ନୀଳଗିରି : ସରକାର ରାସ୍ତାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଠିକାଦାର ପ୍ରୀତି ଯୋଗୁ ବିକାଶରେ ବାଧକ ସାଜିଛି । ଫଳରେ ନିମ୍ନମାନର ରାସ୍ତା ନିର୍ମାଣ କାମ ଯୋଗୁଁ ଯୋଜନାର ସୁଫଳ ଲୋକ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ଅନ୍ତର୍ଗତ ଭାଲୁକାଶୁଣି-ନରଣପୁର-ମାଟିଆଳି ରାସ୍ତାର ଉନ୍ନତିକରଣ ପାଇଁ ଓଡ଼ିଶା ସରକାରଙ୍କ ପୂର୍ତ୍ତବିଭାଗ ଆନୁକୁଲ୍ୟରେ ୧୭କୋଟି ୯୨ଲକ୍ଷ ୨୫ହଜାର ୫୪୬ଟଙ୍କା ବ୍ୟୟବରାଦ ହୋଇଥିଲା । ୨୦୨୩ ମସିହା ଡିସେମ୍ବର ୨୮ତାରିଖ ଦିନ ତକôାଳୀନ ତଥା ବର୍ତ୍ତମାନର ସାଂସଦ ଏବଂ ତକôାଳୀନ ବିଧାୟକଙ୍କ କରକମଳରେ ଶୁଭ ଶିଳାନ୍ୟାସ ଦିଆଯାଇଥିଲା । ପ୍ରହଲ୍ଲାଦ ବାଗ ନାମକ ଜୈନିକ ଠିକାଦାର ଉକ୍ତ ରାସ୍ତାର କାର୍ଯ୍ୟାଦେଶ ପାଇ କାର୍ଯ୍ୟାରମ୍ଭ କରିଥିଲେ । ତେବେ ସଂପୃକ୍ତ ରାସ୍ତାର ନିର୍ମାଣକାର୍ଯ୍ୟ ଆଡିଆଖୁଣ୍ଟା ଠାରେ କାମ ଚାଲୁ ରହିଥିବା ବେଳେ ଘଟଣାସ୍ଥଳରେ କେହି ଅଧିକାରି ନାହାଁନ୍ତି । ଠିକାଦାର ଲାଭଖୋର ମନୋବୃତ୍ତି ରଖି ଏହାର ଫାଇଦା ଉଠାଉଛନ୍ତି । ଏହାର କିଛି ଦିନ ପୂର୍ବରୁ ଢଳେଇରେ ଫାଟ ଏବଂ ପାଣି ଠିକ ଦିଆଯାଉନଥିବା ଅଭିଯୋଗ କରି ଆଡିଆଖୁଣ୍ଟା ଓ ପାଖ ଗ୍ରାମବାସି ରାସ୍ତା କମୂକୁ ବନ୍ଦ କରିଥିବାର ଦେଖିବାକୁ ମିଳିଥିଲା । ସୂଚନାଥାଉକି ପୂର୍ବରୁ ମଧ୍ୟ ଉକ୍ତ ରାସ୍ତାର ଅଧିକାଂଶ ଜାଗାରେ ପିଚୁ ଉଠି ବଜରି ବାହାରି ପଡ଼ିଥିବାର ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ନୀଳଗିରି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ଜେନାଙ୍କୁ ପଚାରିବାରୁ କହିଥିଲେ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ସନ୍ତୋଷ ପଣ୍ଡା ଅବସର ନେଇ ଯାଇଥିବାରୁ ଆମ ପାଖରେ କନିଷ୍ଠଯନ୍ତ୍ରୀ ଅଭାବ ଅଛନ୍ତି । ଫଳରେ ଢଳେଇ କାର୍ଯ୍ୟ ଚାଲିଥିବା ସମୟରେ ଅଧିକାରି ନଥିବା ବିଷୟକୁ ମାନିବା ସହ ଅନ୍ୟଜଣେ କର୍ମଚାରିକୁ ଜିବାକୁ କହିଥିଲୁ ସେ ଜାଇଛିକି ନାହିଁ ବୁଝିବୁ । ନିମ୍ନମାନର କାମ ହୋଇଥିବା ଅଭିଯୋଗ ବଷୟରେ ଉକ୍ତ ସ୍ଥାନକୁ ଯାଇ କାର୍ଯ୍ୟ ତଦାରଖ କରିବେ ବୋଲି କହିଥିଲେ । ଏହି ବିଷୟକୁ ନେଇ ପୂର୍ତ୍ତ ବିଭାଗର ଏ.ସି ଙ୍କୁ ଯୋଗାଯୋଗ କରିଥିବା ବେଳେ ଫୋନ ଉଠାଇ ନଥିଲେ ।