ଟାଙ୍ଗିଆପଡ଼ାରୁ ବ୍ରାଉନ୍ସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଟାଙ୍ଗିଆପଡା ଅଞ୍ଚଳରେ  ଥିବା ଏକ ଫର୍ମ ହାଉସ ମଧ୍ୟରେ ନିଶା କାରବାର ହେଉଥିବା ଖବର ପୁଲିସ ପାଖରେ ପାଞ୍ଚିବା  ପରେ ଜିଲ୍ଲା ପୁଲିସ ଅଧିକାରୀ ସାଗରିକ ନାଥଙ୍କ ନିଦେ୍ର୍ଦଶ କ୍ରମେ ଭାଗ୍ୟଶ୍ରୀ ବେହେରା ଏସଆଇଙ୍କ ନେତୃତ୍ୱରେ ଏକ ଟିମ ଟାଙ୍ଗିଆପଡା ଅଞ୍ଚଳରେ ଥିବା ଫାର୍ମହାଉସ ଉପରେ ଚଢ଼ଉ କରିଥିଲା  । ତେବେ ଫାର୍ମ ହଉସ ମଧ୍ୟରେ ବ୍ରାଉନ ସୁଗାର ଚାଲାଣ କରିବା ପାଇଁ ଷଡଯନ୍ତ୍ର ଚାଲିଥିବା ସମୟରେ ସିଲପଞ୍ଚଳ ପୁଲିସ ଘଟଣା ସ୍ଥଳରେ ଚଢାଉ କରି ୨ ଜଣଙ୍କୁ ଗିରଫ କରିଥିବାବେଳେ ଜଣେ ଫେରାର ହୋଇଯାଇଥିଲା  ।
ଗିରଫ ହୋଇଥିବା ୨ ଜଣ ବ୍ୟବସାୟୀଙ୍କ ନିକଟରୁ ୨୮୩.୫୦ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିଲା  । ଯାହାର ମୂଲ୍ୟ ୨୮ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ ସୂଚନା  । ତେବେ ବ୍ରାଉନ ସୁଗର ସମେତ ଫାର୍ମ ହଉସା ମଧ୍ୟରେ ଏକ ହରିଣ ସିଂଘ ଚାଲାଣକରିବା ପାଇଁ ପ୍ରୟାଶ ଚାଲିଥିବା ପୁଲିସର ସୂଚନାରୁ ପ୍ରକାଶ ପାଉଛି ତେବେ ଏହା ବ୍ୟତୀତ  ଏକ  ଜୀବନ୍ତ ବାରାହ  ଜବତ କରିଛି  । ଏହି ଦୁଇଟି ମୋଟର ସାଇକେଲ, ୨ଟି ମୋବାଇଲ ଫୋନ୍, ଗୋଟିଏ ପିସ୍ତଲ, ଗୋଟିଏ ସିଙ୍ଗଲ ବୋର ରାଇଫଲ୍, ୨ଟି କାର୍ଟୁଜ୍ ଜବତ କରିଛି  । ତେବେ ଉକ୍ତ ଫାର୍ମ ହାଉସ ମଧ୍ୟରେ କେଉଁଭଳି ଅସାମାଜିକ ବ୍ୟକ୍ତି ମାନକ ଆଡ଼ାସ୍ଥଳୀ  ବନିଥିଲା ତାକୁ ଶୁଣି  ଅଞ୍ଚଳବାସୀଙ୍କ  ଛନକା ପଶିଛି  । ତେବେ ଜୀବନ୍ତ ବାରହା ଓ ହରିଣ ସିଂଘ ବ୍ୟବସାୟ ହେଉଥିବାକୁ ସନେ୍ଦହ  କରି ଏସପି ସାଗରିକ ନାଥ ଫରେଷ୍ଟ ରେଞ୍ଜ ଅଧିକାରୀ, ଚନ୍ଦକାଙ୍କୁ ସୂଚନା ପ୍ରଦାନ କରିଛନ୍ତି  । ଏବଂ ଉକ୍ତ ନିଶା ବ୍ୟବସାୟୀଙ୍କ ନିକଟରୁ ବନ୍ୟଜନ୍ତୁଙ୍କ ଅଂଶବିଶେଷ ଜବତ ହେବ  । ଜୀବନ୍ତ ବନ୍ୟଜନ୍ତୁ ମିଳିଥିବା ହେତୁ ବନବିଭାଗ ପକ୍ଷରୁ ଆନିମଲ ଆକ୍ଟରେ ତାଙ୍କ ନାମରେ କେଶ କରିବା ପାଇଁ ବନବିଭାଗ ପ୍ରୟାଶ ଜାରି ରଖିଥିବା ଏସପି ସାଗରିକ ନାଥ ପ୍ରକାଶ କରିଛନ୍ତି  । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ନାମରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧିକାରୀ ଏସଆଇ ବି ଜୟସିଂ ୧୯୪/୨୫ ରେ ଏକ ମାମଲା ରୁଜୁ କରିବା ସହିତ ୟୁଏସ୍. ୨୧(ସି)/୨୯ ଏନଡିପିଏସ୍ ଆଇନ/୨୫ ଅସ୍ତ୍ରଶସ୍ତ୍ର ଆଇନରେ ମାମଲା ୠଜୁକରି କୋର୍ଟ ଚାଲାଣ କରିଥିବା ଜଣାପଡିଛି  ।