ଅନ୍ତର୍ଜାତୀୟ ଜୈବବିବିଧତା ଦିବସ ପାଳିତ
ମାଲକାନଗିରି : ସ୍ୱାମୀନାଥ ଗବେଷଣା ପ୍ରତିଷ୍ଠାନ ଓ ଓଡିଶା ଜୈବବିବିଧତା ବୋର୍ଡÿ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ କର୍ତ୍ତନପାଲି ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଥିଲି ବ୍ଲକର କୃଷି ଅଧିକାରୀ ନିହାର ରଞ୍ଜନ ନାୟକ ମୁଖ୍ୟ ଅଥିତି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ମାଥିଲି ବନାଞ୍ଚଳର ଅଧିକାରୀ ବାସୁଦେବ ନାୟକ ଯୋଗଦେଇ ଏହି ଦିନର ମହତ୍ୱ ବିଷୟରେ କହିଥିଲେ । ଉପସ୍ଥିତ ୫ଟି ପଞ୍ଚାୟତରୁ ଆସିଥିବା୧୫୨ ଜଣ ପଞ୍ଚାୟତ ସ୍ତରୀୟ ଜୈବ ବିବିଧତା ପରିଚାଳନା କମିଟିର ସଦସ୍ୟ ଓ ଏହି ଅଞ୍ଚଳର କବିରାଜ, ଧାଇ ମା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କୁ ବୁଝାଇଥିଲେ । ଏହା ସହିତ ଫରେଷ୍ଟର ଟଙ୍କଧର ପେଣ୍ଠିଆ ବନ୍ୟଜନ୍ତୁର ସୁରକ୍ଷା ଓ ଏହାର ଭୂମିକା ବିଷୟରେ କହିଥିଲେ । ଦୀପ୍ତିରଞ୍ଜନ ନାୟକ, ଡ଼ କାର୍ତିକ ଚରଣ ଲେଙ୍କା ଜୈବବିବିଧତା ଦିବସ ଉପରେ ଆଲୋଚନା ସହିତ ଜୈବ ବିବିଧତା ନିୟମ ସମ୍ପର୍କରେ ବୁଝାଇଥିଲେ । ଦୀପ୍ତି ମୟୀ ସାହୁ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି କାର୍ଯ୍ୟରେ ସ୍ୱାମୀନାଥ ସଂସ୍ଥାର ପ୍ରତୁ୍ୟଷ ପାଢ଼ୀ, ଦିଲୀପ କୁମାର ସୁବୁଦ୍ଧି ପ୍ରମୁଖରହି ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମଟି ନିଦେ୍ର୍ଦଶକ ପ୍ରଶାନ୍ତ କୁମାର ପରିଡାଙ୍କ ନିଦେ୍ର୍ଦଶରେ ଡ଼ କାର୍ତିକ ଚରଣ ଲେଙ୍କା ପରିଚାଳନା କରିଥିଲେ ।