ଚୋରାରେ ବିକ୍ରି ହେଉଛି ବିଦେଶୀ ମଦ : ଅଭିଯୋଗ ପରେ ବି କାଯ୍ୟାନୁଷ୍ଠାନ ଶୂନ

ମାଲକାନଗିରି:  ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୋଣ୍ଡା ଛକ ପାଲଟିଲାଣି ଚୋରା ମଦର ପେଣ୍ଠସ୍ଥଳୀ  । ବହୁ ବର୍ଷ ଧରି ଏଠାରେ ଏକ ଦୋକାନରେ ଚୋରାରେ ବେଆଇନ୍ ମଦ ବେପାର ଚଳାଇଛନ୍ତି । ରାଜ୍ୟ ବାହାରରୁ ଆସିଥିବା କିଛି ଅସାଧୁ ବ୍ୟକ୍ତି ବୋଲି ବାରମ୍ବାର ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନିଆଯାଉ ନଥିବାରୁ ଦିନକୁ ଦିନ ଏହା ବଢିବାରେ ଲାଗିଥିବା ସାଧାରଣରେ ମତ ପ୍ରକାଶ ପାଇଛି  । ଦୋକାନ ଭିତରେ ବେଆଇନ ଭାବେ ବିନା କୌଣସି ଲାଇସେନ୍ସରେ ପେଟି ପେଟି ବିଦେଶୀ ମଦ ରଖି ବେଆଇନ୍ ମଦ ବେପାର ଚଳାଇଛନ୍ତି ଏହି ବ୍ୟକ୍ତି ମାନେ । ଫଳରେ କାଲିମେଳାରୁ ପଡ଼ିଆ ମୁଖ୍ୟ ରାସ୍ତାର ଉଣ୍ଡୁରୁକୋଣ୍ଡା ଛକ ନିକଟରେ ଥିବା ଏହି ମଦ ବେପାରୀଙ୍କୁ କାଲିମେଳାର ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ବାରରେ ଥିବା କର୍ମଚାରୀଙ୍କ ଠାରୁ ମଦ ଯାଉଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଆମେ ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କୁ ଯୋଗାଯୋଗ କରି ସମସ୍ତ ତଥ୍ୟ ପ୍ରମାଣ ପ୍ରଦାନ କରିଥିବା ବେଳେ ସେ ଘଟଣାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି ।