ଅନ୍ତର୍ଜାତୀୟ ମହିଳା ଦିବସରେ ରକ୍ତଦାନ ଶିବିର
ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଶନିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ବହୁ ମହିଳା ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିବା ବେଳେ ଶିବିରରୁ ୪୦ରୁ ଊଦ୍ଧ୍ୱର୍ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏ୫ ବିଜିନେସ ସଲୁ୍ୟସନ୍ସ ଟ୍ରଷ୍ଟ ଓ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ମିଳିତ ଆନୁକୂଲ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା । ବିଶେଷ ଅତିଥି ଭାବେ କାର୍ଷିନୋଭା କ୍ୟାନ୍ସର ହସ୍ପିଟାଲ ଅଧ୍ୟକ୍ଷା ପ୍ରଂଜ୍ଞା ପାରମିତା ମିଶ୍ର, ମୁଖ୍ୟଅତିଥି ଭାବେ ବିଜେପି ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ ସଭାପତି ନିରଞ୍ଜନ ମିଶ୍ର, ସାମ୍ମାନିତଅତିଥି ଭାବେ କିମ୍ସ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଡ. ଏନ ସାଗରିକା, ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ, ଆର୍ଏମ୍ଡି ପ୍ରଫେସର ଡ଼ ସ୍ୱାତି ପଟ୍ଟନାୟକ ଯୋଗଦେଇ ମହିଳାମାନେ ସବୁକ୍ଷେତ୍ରରେ ମେରୁଦଣ୍ଡ ଭଳି କାର୍ଯ୍ୟ କରିଥା’ନ୍ତି ବୋଲି ମତ ରଖିଥିଲେ ।
ଅତିଥିମାନେ ନିଜ ବକ୍ତ୍ୟବ୍ୟରେ ମହିଳାମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ପ୍ରଥମେ ଯତ୍ନବାନ ଦେବା ଜରୁରୀ ବୋଲି କହିଥିଲେ । ମହିଳା ନିଜେ ନ ଖାଇ ପ୍ରଥମେ ଅନ୍ୟଙ୍କୁ ତଥା ପରିବାର ସଦସ୍ୟଙ୍କୁ ଖାଇବାକୁ ଦେବା ହେଉଛି ତାଙ୍କର ମହନୀୟତା । ଏଣୁ ମହିଳାମାନେ ସୁରକ୍ଷିତ, ସୁସ୍ଥ ଓ ସୁଶିକ୍ଷିତ ହୋଇପାରିଲେ ସମସ୍ତ ସମାଜର ଦ୍ରୁତ ଅଗ୍ରଗତି ହେବ ବୋଲି ଆୟୋଜକ ପ୍ରକାଶ କରିଥିଲେ । ଏ୫ ସଂସ୍ଥାର ପ୍ରତିଷ୍ଠାତା ସୁଜାତା ପାଢ଼ୀ, କୋଷାଧ୍ୟକ୍ଷା ସୁନୀତା ପାତ୍ର, ଅପରାଜିତା ସାହୁ, ପ୍ରୀତି ତ୍ରିପାଠୀ, ମଧୁସ୍ମିତା ପରିଜା, ଶ୍ୱେତାଲିନା ବେହେରା, ସସ୍ମିତା ଜେନା, ଶେଲି ଭୁତ, ରଶ୍ମିବାଳା ସ୍ୱାଇଁ, ସୁଭ୍ରତା ପ୍ରଧାନ, ଲିପିକା ପାଢ଼ୀ, ମୃଣାଳିନୀ ଅପରାଜିତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଟକ ରେଡକ୍ରସ ବିଭାଗର ଡାକ୍ତର ଅବନୀକାନ୍ତ ସ୍ୱାଇଁ, ସରୋଜ ମହାନ୍ତି, ସନ୍ଦୀପ ସ୍ୱାଇଁ, ଲକ୍ଷ୍ମୀଧର ପୂର୍ତ୍ତି, ରମେଶ ରାଉତ, ସଞ୍ଜୟ ପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।