ଅନ୍ତ୍ୟୋଦୟ ଗୃହ ଯୋଜନାରୁ ବଞ୍ଚôତ ଦିବ୍ୟାଙ୍ଗ କ୍ଷୀରୋଦ

 ରଗଡ଼ି: ଗରିବ ବ୍ୟକ୍ତି ଯେଉଁ ମାନେ କି ବିଗତ ଦିନରେ ଘର ପାଇବାରୁ ବଞ୍ଚôତ ହୋଇଛନ୍ତି ତାଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଦିବ୍ୟଙ୍ଗଙ୍କୁ ଅଗ୍ରାଧିକାର ଭିତିରେ ଘର ଯୋଗାଇ ଦିଆଯିବାକୁ ନିଦେ୍ର୍ଦଶ ଥିଲେ ବି କୋରେଇ ବ୍ଲକ କନ୍ତୋର ପଞ୍ଚାୟତ ଗଜେନ୍ଦ୍ରପୁର ଗ୍ରାମର କ୍ଷୀରୋଦ ସାହୁ (୩୭) କିନ୍ତୁ ଯୋଜନାରୁ ବଞ୍ଚିତ ରହିଛନ୍ତି । କ୍ଷୀରୋଦ ଜଣେ ଶତପ୍ରତିଶତ ଦିବ୍ୟାଙ୍ଗ ।୧୧ବର୍ଷ ତଳୁ ସେ ଚାଲିବାକୁ ସମ୍ପୂର୍ଣ୍ଣ ଅକ୍ଷମ । ହୁଇଲ ଚେୟାରରେ ବସି ଚଳପ୍ରଚଳ ହେଉଛନ୍ତି । ସରକାରଙ୍କ ନୂତନ ନିୟମ ଅନୁଯାୟୀ ୮୦ପ୍ରତିଶତରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମ ଭାବେ ତାଙ୍କୁ ୩୫୦୦ଟଙ୍କା ଭଲା ମିଳୁଛି । ହେଲେ ଏପର୍ଯ୍ୟନ୍ତ କୌଣସି ଯୋଜନାରେ ତାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମିଳିଲା ନାହିଁ । ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନାରୁ ସେ ମଧ୍ୟ ବାଦ ପଡିଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ହିତାଧିକାରୀ କେମିତି ଚୟନ କରାଯାଉଛି ଓ ଏଥିରେ କେତେ ସ୍ୱଚ୍ଛତା ରହିଛି କ୍ଷୀରୋଦଙ୍କ ଠାରୁ ଏହା ବୁଝାପଡେ ବୋଲି ସେ କହିଛନ୍ତି । ଅନ୍ତ୍ୟୋଦୟ ଗୃହ ଯୋଜନାରୁ ବଞ୍ଚôତ କ୍ଷୀରୋଦଙ୍କୁ ତୁରନ୍ତ ଘର ଯୋଗାଇ ଦେବାକୁ  ଗ୍ରାମବାସୀ ଦାବି କରିଛନ୍ତି ।