ଝୁଲଣ ଯାତ୍ରା ଆରମ୍ଭ

 ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ଶୀଜଗନ୍ନାଥ ମନ୍ଦିର ସମେତ ଆଖପାଖ ଅଞ୍ଚଳର ମଠ ଓ ମନ୍ଦିରରେ ମହାପ୍ରଭୁଙ୍କର ପବିତ୍ର  ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଶ୍ରୀଜଗନ୍ନାଥଜୀଉଙ୍କ ମନ୍ଦିରରେ ପ୍ରଭୁ ମଦନମୋହନ, ମା ମହାଲକ୍ଷ୍ମୀ ଓ ରାଧାକୃଷ୍ଣଙ୍କ ଝୁଲଣ ଯାତ୍ରାକୁ ଉପଭୋଗ କରିବା ନିମନ୍ତେ ସଂଧ୍ୟା ସମୟରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସମାଗମ  ହେଉଛି । ଝୁଲଣ ଯାତ୍ରା ଅବସରରେ ପ୍ରତିଦିନ ସଂନ୍ଧ୍ୟାରେ ଝୁଲଣ ମଣ୍ଡପରେ ଏକ ସୁସଜ୍ଜିତ ଦୋଳିରେ ବିଗ୍ରହମାନଙ୍କୁ ଅବସ୍ଥାନ ପରେ ଦୋଳି ଝୁଲା ଯାଇଥାଏ । ଠାକୁରଙ୍କ ବାଲ୍ୟ ଲୀଳାଠାରୁ ଆରମ୍ଭକରି ରାଜ୍ୟଭିଷେକ, ପଶାଖେଳ ଆଦି ପ୍ରସଙ୍ଗକୁ ନେଇ ଗୀତ ପରିବେଷଣ କରାଯିବାର ପରମ୍ପରା ଦିର୍ଘ ବର୍ଷ ଧରି ପ୍ରଚଳିତ ହୋଇଆସୁଛି ।