ଅଖିଳଚକ୍ର ପକ୍ଷରୁ ରାଜ୍ୟସ୍ତରୀୟ ଆଭାସୀ ବିତର୍କ

 ଯାଜପୁର : ରାଷ୍ଟ୍ରବାଦୀ ଚେତନାର ଅବକ୍ଷୟ ଘଟି ଚାଲିଛି । ସୀମାନ୍ତରେ ସୈନିକ ଦେଶ ସୁରକ୍ଷା ପାଇଁ ପ୍ରାଣବଳୀ ଦେଉଥିବା ବେଳେ ଦେଶ ଭିତରେ ଅନେକ ରାଜକୋଷକୁ ଲୁଣ୍ଠନ କରିଚାଲିଛନ୍ତି । ଦେଶକୁ ଠକୁଥିବା ରାଜକୋଷ ଲୁଣ୍ଠନ କରୁଥିବା ବ୍ୟକ୍ତିଙ୍କ ପାଇଁ କିଭଳି ଆଇନର ଆବଶ୍ୟକତା ଅଛି ସେ ସମ୍ପର୍କରେ ଅଖିଳଚକ୍ର ପକ୍ଷରୁ ଆୟୋଜନ କରାଯାଇଥିବା ଏକ ରାଜ୍ୟସ୍ତରୀୟ ଆଭାସୀ ଆଲୋଚନାଚକ୍ରରେ  ଚିନ୍ତା ପ୍ରକଟ କରାଯାଇଥିଲା । ଅଖିଳଚକ୍ରର ସଭାପତି ବିଶିଷ୍ଠ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିତର୍କରେ ବିଶିଷ୍ଠ କବି ଦୁର୍ଗା ଷଡଙ୍ଗୀ ତାଙ୍କ ଅଭିମତରେ କହିଲେ ଯେ ଦେଶରୁ ୧୪୦କୋଟି ନାଗରୀକଙ୍କ ପୁଂଜିକୁ  ମାତ୍ର ଏକ କୋଟି ଅସାଧୁ ଲୁଟ କରିଚାଲିଛନ୍ତି । ଗୀତିକାର ବସନ୍ତ କୁମାର ଦାସ କହିଥିଲେ କି ଯେଉଁ ମାନେ ନିଜ ପାଇଁ ଦେଶର ରାଜକୋଷକୁ ଆତ୍ମସାତ କରନ୍ତି ସେମାନେ ପ୍ରତ୍ୟକ୍ଷରେ ନହେଲେ ପରୋକ୍ଷରେ ଦେଶଦ୍ରେହୀ ।
ସମାଜସେବୀ ଭକ୍ତିଲତା ମହାନ୍ତି କହିଲେ ଯେ, ଜଣେ ସୈନିକ ନିଜ ଦେଶପାଇଁ ପ୍ରାଣବଳୀ ଦେଉଥିବା ବେଳେ ସୁରକ୍ଷିତ ଥିବା ଦେଶର କର୍ମଚାରୀ ବା ଅଧିକାରୀ ବିପୁଳ ଅର୍ଥର ମାଲିକ ପାଲଟୁଛନ୍ତି ଯାହା ଚିନ୍ତାର ବିଷୟ । ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ କହିଲେ ଯେ ସେବା ଯେତେ ବେଳେ ବ୍ୟବସାୟରେ ପରିଣତ ହୋଇଯାଏ, ଅହଂକାର କୂଳ ଲଂଘିଯାଏ ସେତେ ବେଳେ ଦେଶଦୋ୍ରହୀଙ୍କ ପ୍ରଭାବ ବୃଦ୍ଧି ପାଏ । କବିବନମାଳୀ ସେନାପତି କହିଲେ, ଯେଉଁମାନେ ନିଜ ସ୍ୱାର୍ଥରେ ଦେଶକୁ ବ୍ୟବହାର କରନ୍ତି ସେମାନଙ୍କୁ ଦେଶଦ୍ରୋହୀ କୁହାଯାଏ । ସ୍ତମ୍ଭକାର ଶ୍ରୁତକୀର୍ତି ତ୍ରୀପାଠୀ କହିଲେ ଯେ, ଭାରତରେ ୮୯ପ୍ରତିଶତ ଲୋକ ଦୁର୍ନୀତି ଭଳି ସମସ୍ୟାର ସମ୍ମୁଖିନ ହୁଅନ୍ତି । କବି ଧନେଶ୍ୱର ରାଉତ କହିଲେ ଯେ, ମିଥ୍ୟାଚାରକୁ ନେଇ ଗତି କରୁଥିବା ଏବଂ କ୍ଷମତା ଲଳସାଥିବା ବ୍ୟକ୍ତି ଦୁର୍ନୀତିକୁ ଅମୋଘ ଅସ୍ତ୍ର ରୂପେ ବ୍ୟବହାର କରନ୍ତି । ସମାଜସେବୀ ମୀନାକ୍ଷୀ ଦ୍ୱିବେଦୀ ଦୁର୍ନୀତି ଏକ ଅପରାଧ ହେଲେ ବି ଧାରା ଅନେକ । ଏହି ଦୃଷ୍ଟିରୁ ଆଇନ ଦୁର୍ନୀତିକୁ ରାଷ୍ଟ୍ରଦ୍ରୋହ ବୋଲି ବିବେଚନା କରେନାହିଁ । ସମ୍ପାଦକ ହରେକୃଷ୍ଣ ପଣ୍ଡା କହିଲେ ଯେ ଦେଶକୁ ଠକୁଥିବା ରାଜକୋଷ ଲୁଣ୍ଠନ କରୁଥିବା ବ୍ୟକ୍ତିଙ୍କ ପାଇଁ ଦେଶଦ୍ରୋହଭଳି ଏକ ଆଇନ ଆଣିବା ବା‚ନୀୟ ହୋଇପଡିଛି ।