ଅପରାଧିକ ଆଇନ  ସଂକ୍ରାନ୍ତୀୟ ବୈଠକ

 ଜୟପୁର : ସହରରେ ଟାଉନ ଥାନା ଅଧିକାରୀ ଭାବେ ଇଶ୍ୱର ଚନ୍ଦ୍ର ତାଣ୍ଡି ଯୋଗ ଦେବାପରେ ଜନତାଙ୍କ ମଧ୍ୟରେ ଆଇନ ଶୃଙ୍ଖଳା ପ୍ରତି ସଚେତନତା ସୃଷ୍ଟି କରିବା ବିଭିନ୍ନ କାର୍ଯ୍ୟକ୍ରମ ମାନ ଆରମ୍ଭ କରିଥିବା ବେଳେ ସରକାରଙ୍କ ନୂତନ ଆଇନର କାର୍ଯ୍ୟକାରିତା ପାଇଁ ଏକ ସଚେତନତା ସଭା ପୌର କାର୍ଯ୍ୟାଳୟ ସଭାଗୃହ ଠାରେ  ଥାନା ଅଧିକାରୀ  ଈଶ୍ୱର ଚନ୍ଦ୍ର ତାଣ୍ଡିଙ୍କ ସଭାପତିତ୍ୱରେ ଜୟପୁର ପୌରଅଧ୍ୟକ୍ଷ  ନରେନ୍ଦ୍ର କୁମାର ମହାନ୍ତି , ପୌର ଉପାଧ୍ୟକ୍ଷା ବି ସୁନୀତା ପୌରର ୨୮ ଗୋଟି ୱାର୍ଡର ପୌର ପାରିଷଦ ସଭ୍ୟ, ସହରର ବରିଷ୍ଟ ସମାଜସେବୀ, ସମସ୍ତଙ୍କ ଉପୋସ୍ତିତିରେ ଏକ ଆଳଚୋନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବର୍ତ୍ତମାନ  ନୂତନ ସରକାର ଆସିବା ପରେ ନୂତନ ଆଇନକୁ ମାନି ନୂତନ ଭାବେ ସମୃଦ୍ଧ ଭାରତ ଗଠଣ କରିବା ସହ ନୂତନ ଆଇନକୁ କିପରି ପାଳନ କରିବା ସେହି ବିଷୟରେ ସମସ୍ତେ ଆଲୋଚନା କରିଥିଲେ । ମୁଖ୍ୟତ  ରାତ୍ର ସମୟରେ ଚୋରି, ଡକାୟତ, ହତ୍ୟା ହେଉଥିଲା ତାହା ବର୍ତମାନ ସମୟରେ ଦିନ ଦ୍ୱିପହରେ ଖୁଲମଖୁଲା ପୋଲିସ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଲା ଭଳିଆ ଅପରାଧରେ ଜଡିତ ହେଉଛନ୍ତି ତାହାକୁ କିପରି ରୋକିବା ସେହି ବିଷୟରେ ଅନେକ ମତାମତ ଦେବା ସହ ସମସ୍ତଙ୍କୁ ବୁଝାଇଥିଲେ । ତାଣ୍ଡିଙ୍କ ମନ୍ତବ୍ୟ ଅନୁଯାୟୀ ପୋଲିସ୍ର ଆଖି, କାନ, ନାକ ହେଉଛି ସଧାରଣ ଜନତା, ସଧାରଣ ଜନତା ପୋଲିସ କୁ ସୋହଯୋଗ କରି କାହାକୁ ଭୟ ନ କରି ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଗୋଟିଏ ସହର କିମ୍ବା ଗ୍ରାମରେ ୧୦୦ ଜଣ ଭଦ୍ର ବ୍ୟକ୍ତିଙ୍କ ଭିତରୁ ୧୦ ଜଣ ଅପରାଧି ରହିଥାନ୍ତି  । ସେହି ବ୍ୟକ୍ତି ମାନେ କେଉଁ କେଉଁ ଗାଁକୁ କିମ୍ବା ସ୍ଥାନକୁ ଯାଇଥାନ୍ତି କାହା ସହ ସାମିଲ୍ ହୋଇ ଅପରାଧିକ  କାରବାରାରେ ଆରମ୍ଭ କରୁଛନ୍ତି ସେହି ମାନଙ୍କ  ବିଷୟରେ  ସୂଚନା ଦେଲେ ଆମେ ତୁରନ୍ତ ସେହି ଲୋକଙ୍କ ପ୍ରତି ସନ୍ଧ?ହ ରଖି ଜୟପୁର ସହରକୁ ଏକ ଅପରାଧି ମୁକ୍ତ ସହରରେ ପରିଣତ କରିବା ବୋଲି ସାଧାରଣ ଜନତାଙ୍କୁ ଏବଂ ଉପସ୍ଥିତ ରହିଥିବା ସମସ୍ତଙ୍କ ଜରିଆରେ ସୂଚନା ଦେଇଥିଲେ ।