ଘରେ ନଥିଲେ ପରିବାର ଲୋକେ : ବୁଲଡୋଜରରେ ଘର ଭାଙ୍ଗିଲେ ପ୍ରଶାସନ
ଜଗତସିଂହପୁର : ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଞ୍ଚାୟତ ବାଲିଘାଇ ଭୋଇ ସାହିରେ ୧୬ ପରିବାରର ମୁଖ୍ୟମାନେ ମଜୁରୀ ଲାଗିବାକୁ ଯାଇଥିବାବେଳେ ପ୍ରଶାସନ ବୁଲଡୋଜର ଚଢାଇ ଘର ଭାଙ୍ଗିଦେଇ ପ୍ରତି ପରିବାରକୁ ଖଣ୍ଡିଏ ଲେଖାଏଁ ପଲଥିନ ଧରାଇଦେଇଛନ୍ତି । ଏହାଠାରେ ୧୯୮୮ ମସିହାରୁ ରହି ଆସୁଥିବା ଦଳିତ ଭୋଇ ସମାଜ ଆଜି ବାସହରା ହୋଇଯାଇଛନ୍ତି । ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ କି ଥଇଥାନର ବ୍ୟବସ୍ତା ହେଉନଥିବା ଆଜି ଭୋଇ ସମାଜ ୧୬ ପରିବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଏହି ସମସ୍ୟାକୁ ଜାନୁଆରୀ ୩୦ରେ ଏହି ବାଲିଘାଇ ଭୋଇ ସମାଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ହାଣ୍ଡି କଢାଇ ଧରି ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ । ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଥଇଥାନର ବ୍ୟବସ୍ଥା କରାଯିବା ବୋଲି ପ୍ରତିଶୃତି ଦେଇଥିଲେ । ୧୫ ଦିନ ମଧ୍ୟରେ ୧୬ଟି ଭୂମିହୀନ ଅନୁସୂଚିତ ଜାତି ଭୋଇ ପରିବାରଙ୍କୁ ସରକାର ବସୁନ୍ଧରା ଯୋଜନାରେ ଥଇଥାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଦୀର୍ଘ ୪ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚଞ୍ଚକତା କରି ଆମ୍ଭମାନଙ୍କୁ ସେଠାରୁ ବିସ୍ଥାପିତ କରି ଗ୍ରାମ୍ୟ ସ୍ମସାନରେ ଯେଉଁ ଭଳି ଭାବରେ ଅକଥନୀୟ ମାନସିକ ନିର୍ଯ୍ୟାତନା ଦେଇ ରଖିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ସେହି ତହସିଲଦାରଙ୍କ ବିରୁଦ୍ଧରେ ଅନୁସୂଚିତ ଜାତି, ଜନଜାତି ନିର୍ଯ୍ୟାତନା ଆଇନି ୧୯୮୯ ଧାରା ଅନୁଯାୟୀ କ୍ଷତି ପୂରଣ ଦେବାସହିତ ତାଙ୍କ ବିରୁଦ୍ଧରେ କଠୋର ଦୁଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ।