ଅବକାରୀ ଅଧିକ୍ଷକ ଭାବେ ଅମରେନ୍ଦ୍ରଙ୍କ ଦାୟିତ୍ୱ ଗ୍ରହଣ  

 ଛତ୍ରପୁର : ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଭାବେ ଅମରେନ୍ଦ୍ର ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଯାଜପୁର ଜିଲ୍ଲା ଅବକାରୀ ଅଧିକ୍ଷିକ ଭାବେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିଲେ । ତାଙ୍କର ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷିକ ଭାବେ ବଦଳି ହୋଇଥିଲା । ଆଜି ଦାୟିତ୍ୱ ଗ୍ରହଣ ପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ଜେନା ପୁରୀ, ଯାଜପୁର, ଷ୍ଟେଟ ଫ୍ଲାଇଙ୍ଗ ସ୍କାର୍ଡ ଓ ଅବକାରୀ ଗୋଇନ୍ଦା ବିଭାଗରେ ନିଜ ଦାୟିତ୍ୱ ଦକ୍ଷତା ସହ ତୁଲାଇ ଆସିଥିଲେ । ଏପରିକି ତାଙ୍କ ଉତ୍ତମ କାର୍ଯ୍ୟ ଦକ୍ଷତା ଯୋଗୁଁ ବିଭିନ୍ନ ସ୍ତରରେ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଦାୟିତ୍ୱ ନେବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ର୍ନିେଶକ୍ରମେ ଅବକାରୀ ରାଜସ୍ୱ ଆଦାୟ ଓ ବେଆଇନ ମାଦକ ଦ୍ରବ୍ୟ ଚୋରା ଚାଲାଣ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଗଣମାଧ୍ୟମକୁ ଶ୍ରୀ ଜେନା ସୂଚନା ଦେଇଛନ୍ତି ।