ଅବସରକାଳୀନ ସମ୍ବର୍ଦ୍ଧନା
ବଡମ୍ବା: ବଡ଼ଙ୍ଗ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତା ଦାସଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ମଣ୍ଡଳ ଶିକ୍ଷାଅଧିକାରୀ ମନୋଜ ବେହେରା ଯୋଗଦେଇ ଗୀତା ଦିଦିଙ୍କର ଶିକ୍ଷୟିତ୍ରୀ ଜୀବନର ଶିକ୍ଷକତା ଉପରେ ଚର୍ଚ୍ଚା କରିଥିଲେ । ସେ କୁଜଙ୍ଗ ଅଂଚଳର ଜଣାଶୁଣା ସାରସ୍ୱତ ସାଧକ ଥିଲେ । ଉତ୍ସବରେ ମୁଖ୍ୟବକ୍ତା ଭାବେ ଅନଙ୍ଗ ମହାପାତ୍ର, ବାବୁରାମ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ନବୀନ ପ୍ରଧାନ ଓ ଝରେନ୍ଦ୍ର କୁମାର ପ୍ରଧାନ ଗୀତା ଦିଦିଙ୍କର ଅନନ୍ୟ ପ୍ରତିଭା ବାବଦରେ ଆଲୋକପାତ କରିଥିଲେ । ଉକ୍ତ ଉତ୍ସବରେ ଅନ୍ୟମାନଙ୍କର ମଧ୍ୟରେ ଥିଲେ ଶିକ୍ଷକ ବିଭୂତି ଭୂଷଣ ଦାସ, କେଶବ ଚନ୍ଦ୍ର ଦଳାଇ,ଶ୍ରୀଚରଣ ସାହୁ, କରୁଣାକର ନାୟକ, ରୁନୁବାଳା ମଲ୍ଲିକ୍, ପ୍ରଭାତୀ ମାଝୀ, ବାଦଲ ଦାସ, ବାସନ୍ତୀ ଦିଦି, ସୁକାନ୍ତି ଦିଦି, ଅମାନି ଦିଦି ପ୍ରମୁଖ ଉପସ୍ଥିତ ରହି ଉତ୍ସବଟିକୁ ପରିଚାଳନା କରିଥିଲେ ।