ବଜାର ରାସ୍ତା ମରାମତି ଦାବି

ଭଣ୍ଡାରିପୋଖରୀ  : ଭଣ୍ଡାରିପୋଖରୀ ବ୍ଲକର ଅନ୍ୟତମ ବୃହତ ଗ୍ରାମ୍ୟ ବଜାର ବାରିକପୁର ଠାରେ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବଜାର ପ୍ରବେଶ ପଥରେ ଗର୍ତ୍ତ ସୃଷ୍ଟି ହୋଇଥିବାବେଳେ ଅସରାଏ ବର୍ଷା ହେଲେ ଯାତାୟାତ ପାଇଁଁ ନାନାଦି ଅସୁବିଧା ଦେଖାଦେଉଛି । ବାରିକପୁର ଠାରୁ କେନ୍ଦୁଆପଦା ବନ୍ତ ଯାଏଁ ରାସ୍ତା ନବୀକରଣ କାର୍ଯ୍ୟ ହେଉଥିବାବେଳେ ଏହା ଉପରେ ଏଯାଏଁ କେହି ଦୃଷ୍ଟି ଦେଉନାହାନ୍ତି । ବଜାର ମଧ୍ୟ ଭାଗରୁ ଠିକା ସଂସ୍ଥା କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା ପ୍ରବେଶ ପଥ ନବୀକରଣ ପାଇଁ ଦୀର୍ଘ ଦିନ ହେବ ନଜର ଦେଉନଥିବା ଅଭିଯୋଗ ହୋଇଛି । ଫଳରେ ମାତ୍ର ଦଶ ମିଟର ରାସ୍ତା ପାଇଁ ଦୈନିକ ଶହଶହ ଲୋକ ହୀନସ୍ତା ଭୋଗୁଛନ୍ତି । ସାଇକେଲ ଓ ମୋଟର ସାଇକେଲ ଆରୋହୀଙ୍କୁ ଛାଡି ଦେଲେ ନିକଟସ୍ଥ ବାରିକପୁର କଲେଜ ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ଦୁର୍ଦ୍ଦଶା ଭୋଗୁଛନ୍ତି । ଏହି ସ୍ଥାନରୁ ମେଣ୍ଟାଲ ବଜୁରି ଉଠିଥିବା କାରଣରୁ ଲୋକମାନେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି । ତେଣୁ ଏହା ଉପରେ ପୂର୍ତ୍ତ ବିଭାଗ ଯନ୍ତ୍ରୀମାନେ ଦୃଷ୍ଟି ଦେଇ ଶୀଘ୍ର ରାସ୍ତା ମରାମତି କରିବାକୁ ଦାବି ହେଉଛି ।