ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈ÷ଠକ
ରାଜନଗର : ସରକାରୀ ଶୈ÷ଳେନ୍ଦ୍ରନାରାୟଣ ଉ.ପ୍ରା ବିଦ୍ୟାଳୟରେ ଅବସରପ୍ରାପ୍ତ କର୍ମଚାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି କୃପାସିନ୍ଧୁ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ କାର୍ଯ୍ୟକାରୀ ସଭାପତି ଅନିଲ ବଳ ସଂଯୋଜନା କରିଥିଲେ । ସମ୍ପାଦକ ବିଜୟ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥି ଭାବେ ସେଣ୍ଟ୍ରାଲ ବ୍ୟାଙ୍କର ପରିଚାଳକ ଅଭୟ ସାହୁ ଉଦ୍ଘାଟନ କରିଥିଲେ । ଅନ୍ୟତମଅତିଥି ଆଇଆଇସି ନରେଶ ସାହୁ, ଓଡିଶା ଜନମଞ୍ଚ ସଭାପତି ପ୍ରଫେସର ଦୁଯ୍ୟୋଧନ ପରିଡା, ଶିକ୍ଷାବିତ୍ ଶରତଚନ୍ଦ୍ର ମହାପାତ୍ର, ଓଷ୍ଟା ଉପଦେଷ୍ଟା ରବିନ୍ଦ୍ର ପରିଡା, କବି ଅଭିରାମ ସାହୁ, ସୁକାନ୍ତ ତ୍ରିପାଠି, ଉପେନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ ଶତପଥୀ, ମହେନ୍ଦ୍ର ସ୍ୱାଇଁ ପ୍ରମୁଖ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇ ଅବସର ପରେ ସେମାନେ ସମ୍ମୁଖିନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରସନ୍ନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ଶୁଶାନ୍ତ ସେଠୀ, ଅଜୟ ନାୟକ, ବିଜୟ ବେହେରା, ଅଭିରାମ ପତି ପ୍ରମୁଖ ପରିଚାଳନାରେ କରିଥିଲେ ।